fbpx

ବିଶ୍ଵ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷ ସ୍ଥାନ ଦଖଲ କଲା ଭାରତୀୟ ଦଳ

ନୂଆଦିଲ୍ଲୀ : ଭାରତୀୟ ଦଳ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ହରାଇ ଐତିହାସିକ ବିଜୟ ହାସଲ କରିଛି। ଏଥିସହ ଭାରତୀୟ ଦଳ ଟେଷ୍ଟ ମାନ୍ୟତାରେ ଶୀର୍ଷକୁ ଉଠିଛି। ଆଇସିସି ଦ୍ଵାରା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ ସଂପନ୍ନ ହେବା ପରେ ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଏଥିରେ ଭାରତୀୟ ଦଳ ପୁଣି ଥରେ ଏକ ନମ୍ବର ମାନ୍ୟତା ଫେରି ପାଇଛି।

ସବୁଠୁ ବଡ କଥା ଭାରତୀୟ ଦଳ ଏହି ଉପଲବ୍ଧି ଡିଫେଣ୍ଡିଂ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ବିଜେତା ନ୍ୟୁଜିଲାଣ୍ଡକୁ ହରାଇ ହାସଲ କରିଛି। କିଓ୍ଵି ଦଳକୁ ଏକ ନମ୍ବର ସ୍ଥାନରୁ ହଟାଇ ଭାରତ ଏହି ସ୍ଥାନ ଦଖଲ କରିଛି। ଏବେ ଆଇସିସି ରାଙ୍କିଙ୍ଗରେ ଭାରତର ମୋଟ୍ ୧୨୪ ପଏଣ୍ଟ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟକୁ ଖସି ଆସିଛି।

ଭାରତୀୟ ଦଳ ପ୍ରାୟ ଛଅ ମାସ ପରେ ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ଜୁନରେ ଯେବେ ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ପରାଜିତ ହେଲା, ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନକୁ ଉଠିଥିଲା। କିନ୍ତୁ ଟିମ୍ ଇଣ୍ଡିଆ ପୁଣି ଥରେ ସେହି ନ୍ୟୁଜିଲାଣ୍ଡକୁ ହରାଇ ଏକ ନମ୍ବର ସ୍ଥାନ ହାସଲ କରିଛି।
ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତର ଟେଷ୍ଟ ଦଳ ବହୁତ ମଜବୁତ ହୋଇଛି। ଦଳ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଲଗାତାର ଶୀର୍ଷ ସ୍ଥାନରେ ରହିଥିଲା। ଏହା ପରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ କିଛି ସମୟ ଏହି ସ୍ଥାନରେ ଥିଲେ। ପରେ ଭାରତ ଶୀର୍ଷ ସ୍ଥାନ ଫେରି ପାଇଥିଲା। କିନ୍ତୁ ଟେଷ୍ଟ ଚାମ୍ପିଅନସିପ ହାରିବା ପରେ ଦ୍ଵିତୀୟ ସ୍ଥାନକୁ ଖସି ଆସିଥିଲା। ଏବେ ଅଧିନାୟକ ବିରାଟ କୋହଲି ଓ କୋଚ୍ ରାହୁଲ ଦ୍ରାବିଡଙ୍କ ସାମ୍ନାରେ ବଡ ଚ୍ୟାଲେଞ୍ଜ ଏହା ଯେ, ଦଳ ଯେମିତି ଏହି ଶୀର୍ଷ ଦୀର୍ଘ ସମୟ ବଜାୟ ରଖି ପାରିବ।

Get real time updates directly on you device, subscribe now.