fbpx
BJD SKY
BJD SKY

ମମିତା ମେହେର ହତ୍ୟା ମାମଲା; ବିଧାନସଭାରେ ଉତ୍ତର ରଖିଲେ ଗୃହମନ୍ତ୍ରୀ

BJD

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିଧାନସଭାରେ ଉତ୍ତର ରଖିଲେ ଗୃହମନ୍ତ୍ରୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବର୍ତ୍ତମାନ ମାମଲା ତଦନ୍ତାଧୀନ ଅଛି, ତଦନ୍ତ ପ୍ରକ୍ରିୟା ତଦାରଖ ପାଇଁ ପୂର୍ବତନ ଜିଲ୍ଲା ଜଜଙ୍କୁ ଦାୟିତ୍ୱ ମିଳିଛି, ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ଦାୟିତ୍ୱ ଦେଇଛନ୍ତି ବୋଲି ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ । ସେପଟେ ମମିତା ହତ୍ୟା ମାମଲାକୁ ବିରୋଧୀ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି । ୫ ଦିନ ଧରି ଲଗାତାର ହୋ-ହାଲ୍ଲା ଏବଂ ପ୍ରତିବାଦ ଯୋଗୁଁ ହୋଇପାରୁନାହିଁ ଗୃହକାର୍ଯ୍ୟ ।

ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଥିବା ଦର୍ଶାଇ ବାରମ୍ବାର ଇସ୍ତଫା ଦାବି କରିଛନ୍ତି । ଏହାକୁ ନେଇ ବିଧାନସଭାରେ ମଧ୍ୟ ବାରମ୍ବାର ପ୍ରତିବାଦ ଓ ହୋ-ହାଲ୍ଲା ଜାରି ରଖିଛନ୍ତି ।

 

Get real time updates directly on you device, subscribe now.