fbpx
BJD SKY
BJD SKY

ଫେଲ୍ ମାରିଲା ସର୍ବଦଳୀୟ ବୈଠକ; ମଙ୍ଗଳବାର ଯାଏଁ ଗୃହ ମୁଲତବୀ

BJD

ଭୁବନେଶ୍ୱର: ଫେଲ ମାରିଲା ସର୍ବଦଳୀୟ ବୈଠକ, ଲଗାତାର ୫ ଦିନ ଧରି ଅଚଳ ହେଉଥିବା ଗୃହକାର୍ଯ୍ୟକୁ ସ୍ୱାଭାବିକ କରିବାକୁ ବାଚସ୍ପତି ଡକାଇଥିବା ସର୍ବଦଳୀୟ ବୈଠକ ଫେଲ୍ ମାରିଛି । ସୋମବାର ସନ୍ଧ୍ୟାରେ ଡକାଯାଇଥିବା ସର୍ବଦଳୀୟ ବୈଠକ ଫେଲମାରିଛି, ହୋ-ହାଲ୍ଲା ମଧ୍ୟରେ କେବଳ ୮ ମିନିଟ୍ ଚାଲିଲା ଗୃହ ।

ସର୍ବଦଳୀୟ ବୈଠକରେ ସମାଧାନ ବାହାରୁଛି କହିଲେ ବାଚସ୍ପତି । ବାଚସ୍ପତିଙ୍କ ଉତ୍ତର ପରେ ପୁନର୍ବାର ଗୃହରେ ହୋ-ହାଲ୍ଲା । ହୋ-ହାଲ୍ଲା ଭିତରେ ବିଭିନ୍ନ ବିଭାଗର କାଗଜ ଉପସ୍ଥାପନ କରାଯାଇଛି । ଗୃହରେ ରିପୋର୍ଟ ଉପସ୍ଥାପନ କଲେ ମନ୍ତ୍ରୀ ଦିବ୍ୟଶଙ୍କର । ତେବେ ହୋ-ହାଲ୍ଲା ଯୋଗୁଁ ମଙ୍ଗଳବାର ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ।

Get real time updates directly on you device, subscribe now.