fbpx

ରେକର୍ଡ କଲା Royal Enfield: ୨ ମିନିଟରେ ବିକ୍ରି ହେଲା ସବୁ ବାଇକ୍

ରୟାଲ ଏନଫିଲଡ୍ ର ବାଇକକୁ ନେଇ ସବୁବେଳେ କ୍ରେଜ ଥାଏ । ଖାସ୍ କରି ଯୁବପୀଢ଼ିଙ୍କ ମଧ୍ୟରେ ମଧ୍ୟ ଏହାର ଅଧିକ କ୍ରେଜ୍ ଦେଖିବାକୁ ମିଳେ । ତେବେ ରୟାଲ ଏନଫିଲଡ୍ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚା ହେଉଛି । ତାହା ହେଉଛି, କମ୍ପାନୀ ନିକଟରେ ଏହାର ଏକ ନୂଆ ବାଇକ ଲଞ୍ଚ କରିଛି, ଆଉ ଏହି ବାଇକର କ୍ରେଜ ଏତେ ରହିଛି ଯେ ଭାରତରେ ଏହାର ବୁକିଂ ଆରମ୍ଭ ହେବାରେ ମାତ୍ର କିଛି ମିନିଟ୍ ମଧ୍ୟରେ ସବୁ ୟୁନିଟ୍ ବିକ୍ରି ହୋଇଯାଇଛି ।

ରୟାଲ ଏନଫିଲଡ୍ ନିକଟରେ ନିଜର 650 Twin Anniversary Edition ଲଞ୍ଚ କରିଥିଲା । ସବୁ ଦେଶପାଇଁ ମୋଟ୍ ୪୮୦ ୟୁନିଟ୍ ତିଆରି କରିଛି କମ୍ପାନୀ । ଏଥିରେ ଭାରତୀୟ ବଜାର ପାଇଁ କେବଳ ୧୨୦ ଟି ୟୁନିଟ୍ ରହିଥିଲା । ଆଉ ଭାରତରେ ଏହାର ବୁକିଂ ୬ ଡିସେମ୍ବରକୁ ଆରମ୍ଭ ହେବାମାତ୍ରେ କେବଳ ୨ ମିନିଟରେ ହିଁ ବିକ୍ରି ହୋଇଯାଇଛି ସବୁ ୟୁନିଟ୍ ।

Royal Enfield 650 Twin Anniversary Edition ଅନେକ ଦୃଷ୍ଟିରୁ ଖାସ୍ । କମ୍ପାନୀ ଏହାକୁ ରିଚ୍ ବ୍ଲାକ କ୍ରୋମ କଲର ଥୀମରେ ଉପସ୍ଥାପନ କରିଛି । ଏଥିରେ ହାତରେ ତିଆରି ରୟାଲ ଏନଫିଲଡ୍ ବ୍ରାସ ବ୍ୟାଜ୍ ବା ଲୋଗୋ ଦେଖିବାକୁ ମିଳିବ ଯାହା ଟ୍ୟାଙ୍କ ଉପରେ ରହିଛି । ରୟାଲ ଏନଫିଲଡ୍ ୬୫୦ ଟ୍ୱିନ ଆନିଭର୍ସରୀ ଏଡିସନରେ ସାଧାରଣ ମଡେଲ ଭଳି ୬୫୦ ସିସି ଇଞ୍ଜିନ ରହିଛି ଯାହା ଦମଦାର ପରଫରମାନ୍ସ ଦେଇଥାଏ ।

କମ୍ପାନୀ ରୟାଲ ଏନଫିଡ୍ର ୧୨୦ ବର୍ଷ ପୂରଣ ଅବସରରେ ଏହି ଏଡିସନକୁ ଲଞ୍ଚ କରିଛି । ରୟାଲ ଏନଫିଲ୍ଡ ୬୫୦ ଟ୍ୱିନ ଆନିଭର୍ସରୀ ଏଡିସନକୁ ଦୁଇଟି ଟ୍ରିମ୍, Royal Enfield Continental GT 650 ଏବଂ Interceptor INT 650 ରେ ଲଞ୍ଚ କରିଛି । ଏହି ଆନିଭର୍ସରୀ ଏଡିସନ ସହ ସ୍ପେସାଲ ଏବଂ ଓରିଜିନାଲ ଆକ୍ସେସୋରିଜ କିଟ୍ ମଧ୍ୟ ଦେଉଛି । ଏହା ସହ ୩ ବର୍ଷର ୱାରେଣ୍ଟି ମଧ୍ୟ ଦେଉଛି ।

 

 

Get real time updates directly on you device, subscribe now.