fbpx

କରୋନା ସ୍ଥିତିର ସମୀକ୍ଷା ବୈଠକ

ଭୁବନେଶ୍ୱର, ୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଚୀନରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହ ଭାରତରେ ମଧ୍ୟ ୨୫ଜଣଙ୍କ କରୋନା ଭାଇରସ ନେଇ ରିପୋର୍ଟ ପଜିଟିଭ ବାହାରିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ କରୋନା ସ୍ଥିତିର ସମୀକ୍ଷା ବୈଠକ ହୋଇଛି । ଏହି ବୈଠକ ପରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ରାଜ୍ୟର ୨ଟି ସ୍ଥାନରେ କରୋନା ଭୂତାଣୁ ପରୀକ୍ଷା ପାଇଁ ଦାବି କରାଯିବ । ଆରଏମଆରସି ଓ କଟକ ଏସସିବି ମେଡ଼ିକାଲରେ ରକ୍ତ ପରୀକ୍ଷା ପାଇଁ ଦାବି ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.