fbpx

ଚନ୍ଦକାରେ ଯୁବକଙ୍କୁ ଗୁଳିମାଡ

ଭୁୁବନେଶ୍ୱର,୪ ।୩: ଭୁବନେଶ୍ୱର ଅନ୍ତର୍ଗତ ଚନ୍ଦକା ଅଞ୍ଚଳରେ ଆଜି ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ତିନି ଜଣ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିବା ସୂଚନା ମିଳିଛି । ଗୁଳିମାଡ ପରେ ଗୁରୁତର ଆହତ ଯୁବକଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଗୁରୁତର ଆହତ ଯୁବକ ଜଣକ ଏକ ରେଷ୍ଟୁରାଣ୍ଟର କର୍ମଚାରୀ ହୋଇଥିବା ସୂଚନା ମିଳିଛି । କିନ୍ତୁ କେଉଁ କାରଣ ପାଇଁ ଏହି ଗୁଳିମାଡ ହୋଇଛି, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Get real time updates directly on you device, subscribe now.