fbpx

ଗରମ କ୍ଷୀରରେ ତୁଳସୀ ମିଶାଇ ପିଇବା ହୋଇପାରେ କ୍ଷତିକାରକ, ବଢ଼ିଯିବ ଏହି ରୋଗ

ନୂଆଦିଲ୍ଲୀ: କ୍ଷୀର ଓ ତୁଳସୀ ପିଇବା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇପାରେ । ତୁଳସୀରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିମାଇକ୍ରୋବିୟଲ୍, ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ମିଳିଥାଏ, ଯେଉଁଥିପାଇଁ ଅନେକ ରୋଗର ମୁକାବିଲା କରିବା ପାଇଁ ଏହାର ସେବନ କରିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଗରମ କ୍ଷୀରରେ ତୁଳସୀ ପିଶାଇ ପିଇବା କ୍ଷତିକାରକ ହୋଇପାରେ । ଏହା ଆପଣଙ୍କ ରୋଗକୁ ମଧ୍ୟ ବଢ଼ାଇପାରେ ।

କ୍ଷୀରରେ ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫସଫରସ୍, ସୋଡିୟମ୍, ଜିଙ୍କ, ତମ୍ବା, ଭିଟାମିନ୍ ବି ୬, ଭିଟାମିନ୍ ସି, ଭିଟାମିନ୍ ଡି, ଭିଟାମିନ୍ କେ, ଭିଟାମିନ୍ ଇ ପରି ପୋଷକ ତତ୍ତ୍ୱ ରହିଥାଏ । କିନ୍ତୁ କ୍ଷୀର ଓ ତଳସୀକୁ ଏକାଠି ପିଇବା ଉପରେ କିଛି ସତର୍କତା ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ କହିଛନ୍ତି ।

– ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ କ୍ଷୀର ଓ ତୁଳସୀ ପିଇବା କ୍ଷତିକାରକ ହୋଇପାରେ ।
– କ୍ଷୀର ଓ ତଳସୀ ଏହାସାଙ୍ଗରେ ପିଇବା ଦ୍ୱାରା ରକ୍ତସ୍ରାବ ଜନିତ ସମସ୍ୟା ସୃଷ୍ଟି କରିପାରେ ।
– କ୍ଷୀର ସହିତ ଅଧିକ ପରିମାଣରେ ତୁଳସୀ ପିଇବା ଦ୍ୱାରା ପୁରୁଷମାନଙ୍କଠାରେ ସ୍ପର୍ମ କାଉଣ୍ଟ କମ୍ ହେବାର ବିପଦ ବଢ଼ିଯାଏ ।
– ଡାଇବେଟିସର ଔଷଧ ନେଉଥିଲେ ତୁଳସୀ ପିଇବାର ମାତ୍ରା କମ୍ କରନ୍ତୁ । ଏହାଦ୍ୱାରା ରକ୍ତରେ ଗ୍ଲୁକୋଜର ସ୍ତର ବହୁତ କମ ହୋଇପାରେ ।

ସତର୍କତା
– ଯଦି ଆପଣ ସିଧାସଳଖ ଗଛରୁ ତୁଳସୀ ବ୍ୟବହାର କରୁଛନ୍ତି, ତେବେ ତୁଳସୀକୁ ଭଲ ଭାବରେ ଧୋଇ ଦିଅନ୍ତୁ ।
– ଅତ୍ୟଧିକ ଗରମ କ୍ଷୀରରେ ତୁଳସୀ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା କ୍ଷୀର ଫାଟିଯାଇପାରେ ।

Get real time updates directly on you device, subscribe now.