fbpx

ପିଏମ୍ ମୋଦୀଙ୍କ Twitter ଆକାଉଣ୍ଟ ହ୍ୟାକ୍, Bitcoinକୁ ନେଇ ଏପରି କରାଗଲା ଟ୍ୱିଟ୍

ନୂଆଦିଲ୍ଲୀ: ଭାରତରେ ଏବେ ବି ବିଟକଏନ କିମ୍ପା ଅନ୍ୟ କୌଣସି କ୍ରିପ୍ଟୋକରେନ୍ସିକୁ ସ୍ୱୀକୃତି ଦେଇନାହାନ୍ତି ସରକାର । କିନ୍ତୁ ଏହାରି ମଧ୍ୟରେ ହ୍ୟାକରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟ (@narendramodi) କୁ ହ୍ୟାକ୍ କରିଛନ୍ତି । ସେମାନେ ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରେ ବିଟକଏନକୁ ନେଇ ଯାହା ଟ୍ୱିଟ୍ କରିଛନ୍ତି, ତାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । କିନ୍ତୁ ପିଏମଓ ପକ୍ଷରୁ ଏକ ଆଶ୍ୱସ୍ତିକର ଖବର ମିଳିଛି କି, ମୋଦୀଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ପୁଣି ସୁରକ୍ଷିତ କରାଯାଇଛି ।

ରବିବାର ବିଳମ୍ବିତ ରାତି ୨ଟା ୧୧ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକ୍ କରାଯାଇଥିଲା । ଏହା ସହ ହ୍ୟାକରମାନେ ଏଥିରେ ଲେଖିଥିଲେ ଯେ, ଭାରତରେ ଅଫିସିଆଲ ଭାବେ ବିଟକଏନକୁ ଆଇନଗତ ମାନ୍ୟତା ଦିଆଯାଇଛି । ସରକାର ବି ୫୦୦ ବିଟିସି କିଣି ଲୋକଙ୍କୁ ବାଣ୍ଟୁଛନ୍ତି ।’

पीएम मोदी के अकाउंट को हैक कर किया गया ट्वीट

ଟ୍ୱିଟର ୨ ମିନିଟ ପରେ ସେହି ଟ୍ୱିଟକୁ ହଟାଇ ପୁନବାର ୨ଟା ୧୪ ମିନିଟରେ ଟ୍ୱିଟ୍ କରାଗଲା କି, ଯାହାକି ପୂର୍ବରୁ ପୋଷ୍ଟ ପରିଥିଲା । କିଛି ସମୟ ପରେ ଦ୍ୱିତୀୟ ଟ୍ୱିଟକୁ ବି ହଟାଇଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ସ୍କିନଶଟ୍ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.