fbpx

ଜୱାଦ ଉଜାଡି ଦେଇଛି ଧାନଚାଷ: ଶୁଣନ୍ତୁ ଚାଷୀର କୋହଭରା ସ୍ୱର [VIDEO]

ଯାଜପୁର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ ଉଜୁଡି ଦେଇଗଲା ଧାନ ଚାଷ । ଅଦିନିଆ ବର୍ଷ ଯୋଗୁଁ ଓଡିଶାର ବିଭିନ୍ନ ଜାଗାରେ ଧାନ ଚାଷର ବହୁତ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାରେ ପ୍ରାୟ ୪୨ ହେକ୍ଟର ଜମିରେ ଧାନ ଏବଂ ୬୫୫ ହେକ୍ଟର ଜମିରେ ପନିପରିବା ଚାଷ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ କଟାଯାଇ ପାରିନାହିଁ । ଆଉ କେତେକ ସ୍ଥାନରେ ବର୍ଷା ଯୋଗୁଁ କଟା ଧାନ ନଷ୍ଟ ହେଇଛି । ବର୍ତ୍ତମାନ ସୁଧା ମଧ୍ୟ ବିଲରେ ପାଣି ଜମିରହିଛି ଆଉ କେତେକ ସ୍ଥାନରେ ଧାନ ଗଜା ହେଇଗଲାଣି ।
କ୍ଷତିପୂରଣ ପାଇଁ ଦାବି ରଖିଛନ୍ତି ଚାଷୀ, ପ୍ରକୃତ ଚାଷୀ ଯେଉଁମାନେ ଏହି କ୍ଷୟକ୍ଷତିର ସ୍ୱକାର ହେଇଛନ୍ତି ସେମାନଙ୍କୁ ସହାୟତା ମିଳୁ । କ୍ଷୟକ୍ଷତିର ତଦନ୍ତ ପାଇଁ କେନ୍ଦ୍ର ଟିମ ୧୩ ତାରିଖ ଦିନ ଆସିବେ ବୋଲି ଜଣାପଡିଛି । ଯେଉ କେନ୍ଦ୍ରୀୟ ଟିମ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିବେ, ସେମାନେ ପ୍ରକୃତ ଚାଷୀ କ୍ଷେତି ପୁରଣ ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.