fbpx

୧୦ ବର୍ଷର ନାବାଳିକାକୁ ଟ୍ୟୁସନ ଟିଚରଙ୍କ ସ୍ୱାମୀଙ୍କ ଦୁଷ୍କର୍ମ

୧୦ ବର୍ଷର ନାବାଳିକାକୁ ଟ୍ୟୁସନ ଟିଚରଙ୍କ ସ୍ୱାମୀଙ୍କ ଦୁଷ୍କର୍ମ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶ ବରେଲୀରେ । ଯେଉଁଠାରେ ଜଣେ ୧୦ ବର୍ଷର ନିରୀହ ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ଟ୍ୟୁସନ ଟ୍ୟୁସନ ଟିଚରଙ୍କ ସ୍ୱାମୀ । ଆଉ ଛାତ୍ରୀ ଯେତେବେଳେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ ତାହା ଶୁଣିଥିଲେ ସେମାନଙ୍କ ଗୋଡ଼ତଳୁ ମାଟି ଖସିଯାଇଥିଲା, ତେବେ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ।

ପୀଡ଼ିତାଙ୍କ ମା’ କହିଛନ୍ତି ଯେ ଯେ ତାଙ୍କର ୧୦ ବର୍ଷୀୟ  ଝିଅ ୪ର୍ଥ ଶେଣୀରେ ପଢ଼ୁଛି ଏବଂ ସେ ରାଜେନ୍ଦ୍ର ନଗରରେ ଟ୍ୟୁସନ ପଢ଼ିବାକୁ ଯାଏ । ଶୁକ୍ରବାର ଟ୍ୟୁସନ ଟିଚରଙ୍କ ସ୍ୱାମୀ ଘରକୁ ଆସିଥିଲେ ଏବଂ ବାହାନା କରି ଟ୍ୟୁସନ ପାଇଁ  ଝିଅକୁ ନିଜ ଘରକୁ ନେଇ ଯାଇଥିଲେ, ଯେତେବେଳେକି ଟ୍ୟୁସନ ଟିଚର ଘରେ ନଥିଲେ । ଏହାପରେ ସେହି ବ୍ୟକ୍ତି ତାଙ୍କ ୧୦ ବର୍ଷର ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିଲା ଏବଂ ଏହାପରେ ତାକୁ ଘରେ ଆଣି ଛାଡ଼ିଦେଇଥିଲା ।

ପୋଲିସରେ ଦାୟର ହୋଇଥିବା ଅଭିଯୋଗ ଅନୁସାରେ ଘରେ ପହଞ୍ଚିବା ପରେ ଅନେକ ସମୟ ପର୍ଯ୍ୟନ୍ତ ଝିଅ ଚୁପଚାପ୍ ରହିଥିଲା । ଏହାର କାରଣ ପଚାରିବାରୁ ସେ କହିଥିଲା ଯେ ମ୍ୟାଡାମ ଘରେ ନଥିଲେ ଆଉ ଅଙ୍କଲ ତା ସହ ଖରାପ କାମ କରିଛନ୍ତି । ଏହା ପରେ ପରିଜନ ଉତ୍ତ୍ୟକ୍ତ ହୋଇଯାଇଥିଲେ ଏବଂ ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ମଧ୍ୟ ମେଡିକାଲ ପରୀକ୍ଷା କପରେ ଅଭିଯୁକ୍ତ ରାହୁଲ ଅଗ୍ରୱାଲକୁ ଗିରଫ କରିଛି ।

Get real time updates directly on you device, subscribe now.