fbpx

ମୋବାଇଲ ପାଇଁ ନିଜ ମାଆକୁ ହତ୍ୟା କରିବାର ଉଦ୍ୟମ କରିଲେ ୧୩ ବର୍ଷର ନାବାଳିକା :କୋଭିଡ ପରେ ମୋବାଇଲ ମହାମାରୀ !

ଅହମଦାବାଦ : ଆଜିର ଦିନରେ ମୋବାଇଲ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି । ପ୍ରତ୍ୟେକ ଦିନ ମୋବାଇଲ ଦେଖିବା ଦ୍ୱାରା ପିଲାମାନଙ୍କର ଏହା ଅଭ୍ୟାସରେ ପରିଣତ ହୋଇଯାଉଛି । ଯାହାଫଳରେ କି ଏହା ସେମାନଙ୍କ ଭବିଷ୍ୟତ ପାଇଁ ଅନେକ କ୍ଷତିକାରକ ଅଟେ । ମୋବାଇଲର ଅଭ୍ୟାସ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହିପରି ଏକ ଭୟଭୀତ କରିଲା ଭଳି ଘଟଣା ସାମ୍ନାକୁ ଆସିଛି ଅହମଦାବାଦରୁ । ୧୩ ବର୍ଷର ନାବାଳିକା ହାତରୁ ମୋବାଇଲ ଦୂରେଇ ଦେବାରୁ , ନାବାଳିକା ଜଣକ ରାଗରେ ନିଜ ମାଆର ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।

ସୂଚନା ଅନୁଯାୟୀ, ନାବାଳିକା ଜଣକ ଦିନ ରାତି ପ୍ରତ୍ୟେକ ସମୟରେ କେବଳ ମୋବାଇଲେ ଲାଗି ରହୁଥିଲେ । କେତେବେଳେ ସାଙ୍ଗଙ୍କ ସହ ଚାଟିଙ୍ଗ ତ କେତେବେଳେ ସୋସିଆଲ ମିଡିଆରେ ରିଲ୍ସରେ ଲାଗି ରହୁଥିଲେ । ଏଥି ଯୋଗୁଁ ନାବାଳିକାର ପାଠପଢା ସହିତ ସାମାଜିକ ଜୀବନ ଯାପନ ପ୍ରଣାଳୀ ଉପରେ ପ୍ରଭାବ ପକାଉଥିଲା । ଅଭିଭାବକ ଏହା ଜଣି ନାବାଳିକା ଠାରୁ ଫୋନକୁ ଦୂରେଇ ଦେଇଥିଲେ ।

ନାବାଳିକାକୁ ଏହି କଥା ବହୁତ କଷ୍ଟ ଦେଇଥିଲା । ଯାହାଫଳରେ କି ସେ ରାଗି ଯାଇ ନିଜ ମାଆକୁ ମାରିବା ପାଇଁ ଅନେକ ଉଦ୍ୟମ କରିଥିଲେ । ଚିନି ଡବାରେ କୀଟନାଶକ ପାଉଡର ମିଶାଇ ଏବଂ ସୌଚ ଘରେ ଫିନାଇଲ ପକାଇ ମାଆକୁ ମାରିବାକୁ ଉଦ୍ୟମ କରିଥିଲେ । ଏହାକୁ ମାଆ ନିଜସ୍ୱ ଆଖିରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପରବର୍ତ୍ତୀ ସମୟରେ ଅଭ୍ୟମ ୧୮୧ ହେଲ୍ପଲାଇନ ନମ୍ବରକୁ କଲ୍ କରି ସାହାଯ୍ୟ ପାଇଁ କହିଥିଲେ । ୧୮୧ ହେଲ୍ପଲାଇନର ଜଣେ ସଦସ୍ୟ ଝିଅର ଏହିପରି ଭାବନା ବିଷୟରେ କହି ନାବାଳିକାର ଅଭିଭାବକଙ୍କୁ ସତର୍କ ସୂଚନା ଦେଇଥିଲେ ।

 

Get real time updates directly on you device, subscribe now.