fbpx

ଗାର୍ଲଫ୍ରେଣ୍ଡ ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଆସିଲା ହୃଦ୍‌ଘାତ, ଉଡିଗଲା ପ୍ରାଣବାୟୁ

ନାଗପୁର: ନିରଳାରେ ବାନ୍ଧବିଙ୍କ ସହିତ କିଛି ମିଠା ମୁହୁର୍ତ୍ତ ଅତିବାହିତ କରିବାକୁ ପହଞ୍ଚିଥିଲେ ଏକ ହୋଟେଲରେ। ହୋଟେଲର ଏକ ରୁମ୍ ଭିତରେ ଏକାନ୍ତରେ ପ୍ରେମିକ ଆଉ ପ୍ରେମିକା ପାଖାପାଖି ହୋଇଥିଲେ। ତେବେ ଏହି ରୋମାଞ୍ଚକର ମୁହୁୁର୍ତ୍ତ ଅଧିକ ସମୟ ପାଇଁ ରହି ନଥିଲା। ଏହି ଅନ୍ତରଙ୍ଗ ମୁହୁର୍ତ୍ତରେ ହିଁ ହୃଦ୍‌ଘାତରେ ଚାଲି ଯାଇଥିଲା ଅଜୟ ପାର୍‌ତେକି(୨୮)ଙ୍କ ଜୀବନ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଏଥିରୁ ପୋଲିସ ହାତରେ ବିଶେଷ କିଛି ପ୍ରମାଣ ଲାଗି ନଥିଲା। ଯୁବକ ଜଣକ ଅନେକ ଦିନ ଧରି ସେମିତି କୌଣସି ନିଶାଦ୍ରବ୍ୟ ସେବନ କରି ନଥିଲେ। ପେଶାରେ ଅଜୟ ଜଣେ ଡ୍ରାଇଭର୍ ଏବଂ ୱେଲଡିଂ ମେକାନିକ ଥିଲେ।

ଅଜୟ ମଧ୍ୟପ୍ରଦେଶର ଛିନ୍ଦୱାଡାର ଜଣେ ଏକ ୨୩ ବର୍ଷୀୟ ଯୁବତୀ(ନର୍ସ)ଙ୍କ ସହିତ ଗତ ତିନି ବର୍ଷ ଧରି ସମ୍ପର୍କ ରଖିଥିଲେ। ଏହି ବିଷୟରେ ଉଭୟଙ୍କ ପରିବାର ଲୋକେ ମଧ୍ୟ ଅବଗତ ଥିଲେ। ଦୁହେଁ ଫେସବୁକରେ ପରସ୍ପରକୁ ଭେଟିଥିଲେ। ଅଜୟ ବିବାହ ପାଇଁ ପ୍ରେମିକାର ମା’ଙ୍କ ନିକଟକୁ ମଧ୍ୟ ଯାଇଥିଲେ। ଭବିଷ୍ୟତରେ ଦୁହେଁ ବିବାହ କରିବାର ଯୋଜନା କରିଥିଲେ। ପୋଲିସ ନିକଟରୁ ମିଳିଥିବା ସୂଚନା ମୁତାବକ ଉଭୟେ ଅପରାହ୍ନ ୪ ଟାରେ ଲଜ୍‌ରେ ପ୍ରବେଶ କରିଥିଲେ ଏବଂ ପ୍ରାୟ ଅଧ ଘଣ୍ଟା ପରେ ଅଜୟ ବେଡ ଉପରେ ଅଚେତ ହୋଇ ପଡ଼ିଯାଇଥିଲେ।

ଅଜୟଙ୍କୁ ଏଭଳି ଅବସ୍ଥାରେ ଦେଖି ମହିଳା ଜଣକ ତୁରନ୍ତ ଏ ବିଷୟରେ ଲଜ୍ ମ୍ୟାନେଜମେଣ୍ଟକୁ ଜଣାଇଥିଲେ। ହୋଟେଲ କତ୍ତୃପକ୍ଷ ସେଠାରୁ ଡାକ୍ତରଖାନାକୁ ନେଇ ଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋନର ପୋଲିସ୍ ଷ୍ଟେସନର ଆସିଷ୍ଟାଣ୍ଟ ପୋଲିସ୍ ଇନ୍ସପେକ୍ଟର ସତୀଶ ପାଟିଲଙ୍କ ସୂଚାନାନୁସାରେ ମହିଳା ଜଣକ କହିଥିଲେ ଯେ ସେମାନେ ଅନ୍ତରଙ୍ଗ ମୁହୁର୍ତ୍ତରେ ଥିବା ସମୟରେ ହିଁ ଅଜୟଙ୍କୁ ହୃଦ୍‌ଘାତ ଆସିଥିଲା।

ପାଟିଲ କହିଛନ୍ତି ଯେ “ଅଜୟ କୌଣସି ପ୍ରକାର ନିଶାଦ୍ରବ୍ୟ କିମ୍ବା ଔଷଧ ଖାଇଥିବାର ଆମେ ପ୍ରମାଣ ପାଇ ନାହୁଁ। ହୋଟେଲ ରୁମ୍‌ରେ ମଧ୍ୟ କୌଣସି ଡ୍ରଗ ରାପର କିମ୍ବା ପ୍ୟାକେଟ ମିଳିନାହିଁ। ମହିଳା ଜଣଙ୍କ ଉପସ୍ଥିତିରେ ମଧ୍ୟ ଅଜୟ କିଛି ଖାଇ ନାହାଁନ୍ତି ବୋଲି ପାଟିଲ କହିଛନ୍ତି। ପୋଷ୍ଟ ମର୍ଟମରେ ଡାକ୍ତରମାନେ ହୃଦ୍‌ଘାତ ମୃତ୍ୟୁର କାରଣ ବୋଲି କହିଛନ୍ତି।

Get real time updates directly on you device, subscribe now.