fbpx

ସଇତାନକୁ କାଢିବା ପାଇଁ ମା’ ସାଜିଲା ସଇତାନ: ନବଜାତ ଶିଶୁର ପେଟ କାଟି….

ନୂଆଦିଲ୍ଲୀ: ବିଜ୍ଞାନ ଯୁଗରେ ଏବେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସକୁ ନେଇ ଅନେକ ଧାରଣା ବଞ୍ଚି ରହିଛି । କେବେ ଭୂତପ୍ରେତ ଆତ୍ମାକୁ ନେଇ ତ ଆଉ କେତେବେଳେ ଡାହାଣୀ ସଇତାନକୁ ନେଇ କିଛି ମନଗଢା କାହାଣୀ ଲୋକଙ୍କ ଚିନ୍ତାଧାରାକୁ କଳିତ କରି ନେଇଛି । ଯେଉଁ ଅନ୍ଧବିଶ୍ୱାସରେ ପଡ଼ି ମଣିଷ ଏପରି କିଛି କାର୍ଯ୍ୟ କରି ବସେ, ଯାହାକୁ ବିଶ୍ୱାସ କରିବା ମଧ୍ୟ ଅସମ୍ଭବ ହୋଇପଡ଼େ । ତେବେ ଅଧିକାଂଶ ଲୋକ ଏହି ମିଛକୁ ବିଶ୍ୱାସ କରି ଅପରାଧ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଏହି ଭଳି ଅନ୍ଧବିଶ୍ୱାସର ଆଉ ଏକ କରୁଣ ପରିଣତି ଦେଖିବାକୁ ମିଳିଛି । ଅନ୍ଧବିଶ୍ୱାସକୁ ଜାବୁଡି ଧରି ଜଣେ ମା’ ନିଜର ନବଜାତ ଶିଶୁପୁତ୍ରର ପେଟ କାଟି ହତ୍ୟା କରିଥିବା ଜଣାଯାଇଛି ।

ୱେଷ୍ଟର୍ନ ଇକ୍ୱାଡୋରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଜଣେ ୨୫ ବର୍ଷିୟା ମହିଳା ନିଜ ଜନ୍ମକଲା ଶିଶୁର ପେଟ କାଟି ଅନ୍ତନାଡ଼ି ବାହାର କରି ଦେଇଥିବା ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଶିଶୁର ଶରୀରରୁ ସଇତାନକୁ ବାହାର କରିବା ପାଇଁ ମହିଳା ଜଣକ ନିଜେ ଏକ ସଇତାନ ଭଳି କାର୍ଯ୍ୟ କରିବସିଛିି । ମହିଳା କଳାଯାଦୁ କରୁଥିବା ସମୟରେ ଶିଶୁର ଆଇ ଘରେ ପହଞ୍ଚିଥିଲେ ଏବଂ ଶିଶୁକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତରମାନେ ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ମହିଳାଙ୍କ କହିବା ଅନୁସାରେ ଶିଶୁର ଶରୀରରେ ଏକ ଆତ୍ମା ବା ସଇତାନ ରହିଥିଲା । ଯାହା ଫଳରେ ଶିଶୁର କାନ୍ଦ ତାଙ୍କୁ ସଇତାନର କାନ୍ଦ ଭଳି ଶୁଭୁଥିଲା । ତେଣୁ ମହିଳା ନିଜ ଶିଶୁର ଶରୀରରୁ ସଇତାନକୁ ବାହାର କରିବା ପାଇଁ ଏକ ଛୁରୀରେ ଶିଶୁର ପେଟ କାଟି ଅନ୍ତନାଡ଼ି ବାହାର କରିଥିଲେ । ଏ ବିଷୟରେ ପୋଲିସ ମହିଳାଙ୍କୁ ପଚାରିବାରୁ ଶିଶୁ ଶରୀରରୁ ଏହି ପରି ଭାବେ ସଇତାନ ବାହାର କରାଯିବ ବୋଲି ସେ ଉତ୍ତର ଦେଇଥିଲେ । ତେବେ ମହିଳା ଜଣକ ମାନସିକ ବିକୃତ ଏବଂ ତାଙ୍କର ଏହି ଖରାପ ମାନସିକ ସ୍ଥିତି ଯୋଗୁଁ ଏଭଳି କାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.