fbpx
BSKY
BJD MC SKY
BJD MS SKY

New Labor Code: ୨୩ ରାଜ୍ୟ ରାଜି, ବାକିଙ୍କ ଅପେକ୍ଷା, ସପ୍ତାହରେ ଚାରି ଦିନ କାମ- ତିନି ଦିନ ଆରାମ !

ନୂଆଦିଲ୍ଲୀ: ସରକାର ଜୁଲାଇ ମାସରେ ସମଗ୍ର ଦେଶରେ ନୂତନ ଶ୍ରମ ଆଇନ ବା ନୂତନ ଲେବର କୋଡ୍ ଲାଗୁ କରିବାକୁ ଯୋଜନା କରିଥିଲେ। ହେଲେ କିଛି ରାଜ୍ୟ ସରକାରଙ୍କ କାରଣରୁ ଏହି ମାମଲା ଅଧାରେ ଅଟକି ଯାଇଛି। ୨୩ ରାଜ୍ୟ ନୂତନ ଲେବର କୋଡ ଆଇନକୁ ଆପଣେଇଛନ୍ତି। ମାତ୍ର ବାକି ରାଜ୍ୟ ଏହାକୁ ଏ ଯାଏଁ ଆପଣେଇ ନାହାନ୍ତି। କେନ୍ଦ୍ର ସରକାର ଚାହାନ୍ତି ଯେ, ଏହି ଶ୍ରମ ଆଇନକୁ ସମସ୍ତ ରାଜ୍ୟ ଲାଗୁ କରନ୍ତୁ। ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଚାରୋଟି ବଡ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରିଛନ୍ତି। ସମସ୍ତ ରାଜ୍ୟ ରାଜି ହେଲେ ଯାଇ ଲେବର କୋଡକୁ ପୂରା ଦେଶରେ ଲାଗୁ କରାଯାଇ ପାରିବ।

ନୂତନ ଲେବର କୋଡ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ସପ୍ତାହିକ ଛୁଟିଠୁ ନେଇ ଇନ ହ୍ୟାଣ୍ଡ ସ୍ୟାଲେରୀ ପର‌୍ୟ୍ୟନ୍ତ ବ୍ୟବସ୍ଥା କରାଯାଇଛି। ଏଥିରେ କର୍ମଚାରୀଙ୍କ ପାଇଁ ସପ୍ତାହକୁ ଚାରି ଦିନ ଏବଂ ତିନି ଦିନ ଛୁଟିର ପ୍ରାବଧାନ କରାଯାଇଛି। କିନ୍ତୁ କର୍ମଚାରୀଙ୍କ ଅଫିସରେ କାମ କରିବାର ସମୟ ବଢିବ। ଅର୍ଥାତ କର୍ମଚାରୀଙ୍କୁ ଆଠ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବାକୁ ପଡିବ। ପୂରା ସପ୍ତାହରେ କୌଣସି କର୍ମଚାରୀଙ୍କୁ ୪୮ ଘଣ୍ଟା କାମ କରିବାକୁ ପଡିଥାଏ। ମାତ୍ର ନୂତନ ବ୍ୟବସ୍ଥାରେ କର୍ମଚାରୀ ଚାରି ଦିନରେ ୧୨ ଘଣ୍ଟା ଲେଖାଏଁ କାମ କରିବେ ଏବଂ ତିନି ଦିନ ଛୁଟିରେ ରହିବେ।

ଛୁଟିକୁ ନେଇ ବଡ ପରିବର୍ତ୍ତନ

ନୂତନ ଲେବର କୋଡରେ ଛୁଟିକୁ ନେଇ ବଡ ପରିବର୍ତ୍ତନ କରାଯାଇଛି। ସଂପ୍ରତି କୌଣସି ବି ସଂସ୍ଥାରେ ଲମ୍ବା ସମୟ ଛୁଟି ନେବା ପାଇଁ ହେଲେ କର୍ମଚାରୀଙ୍କୁ ବର୍ଷକରେ ଅତି କମରେ ୨୪୦ ଦିନ କାମ କରିବା ଜରୁରୀ ଅଟେ। ହେଲେ ନୂତନ ନିୟମରେ ଏହାକୁ ହ୍ରାସ କରାଯାଇ ୧୮୦ ଦିନ କରାଯାଇଛି।

ଇନ ହ୍ୟାଣ୍ଡ ସାଲେରୀ

ନୂତନ ଓ୍ଵେଜ କୋଡ୍ ଲାଗୁ ହେବା ପରେ ଟେକ୍ ହୋମ ସାଲେରୀ ଆପଣଙ୍କ ଆକାଉଣ୍ଟକୁ କମ ଯିବ। ସରକାର ପେ ରୋଲକୁ ନେଇ ନୂତନ ନିୟମ କରିଛନ୍ତି। ନୂତନ କୋଡର ପ୍ରାବଧାନ ଅନୁଯାୟୀ, କୌଣସି ବି କର୍ମଚାରୀଙ୍କ ବେସିକ ସାଲେରୀ ଏହାର ମୋଟ୍ ଦରମାର ୫୦ ପ୍ରତିଶତ କିମ୍ବା ସେଥିରୁ ଅଧିକ ରହିବା ଉଚିତ୍। ଯଦି ଆପଣଙ୍କ ବେସିକ ସାଲେରୀ ବଢିବ, ତେବେ ଆପଣଙ୍କ ପିଏଫ ଫଣ୍ଡରେ ଭାଗିଦାରିତା ଆହୁରି ବଢିବ। ଅର୍ଥାତ ପୂର୍ବ ତୂଳନାରେ ଆପଣଙ୍କୁ ଅଧିକ ପଇସା ପିଏଫରେ ଜମା କରିବାକୁ ପଡିବ। ଏହି ପରି କର୍ମଚାରୀଙ୍କୁ ଅବସର ସମୟରେ ମୋଟା ଅଙ୍କର ଅର୍ଥ ମିଳିବ।

 

Get real time updates directly on you device, subscribe now.