fbpx
BJD SKY
BJD SKY

ମାଆ କୁ ଚୂନ ଲଗାଇଲା ୫ ବର୍ଷର ଝିଅ ; ଗେମ୍ ଛାଡି ସପିଂରେ ମନ, ଆମାଜନରୁ ଲକ୍ଷ ଲକ୍ଷ ଟଙ୍କାର ଜୋତା ଏବଂ ଖେଳନା ଅର୍ଡର

BJD

ନୂଆଦିଲ୍ଲୀ : କୁହାଯାଏ ଆଜିକାଲିର ଛୁଆ ବାପା ମାଆଙ୍କ ଠାରୁ ମଧ୍ୟ ଅଧିକ ଚାଲାକ୍ । ଟେକ୍ନୋଲୋଜି ଓ ମୋବାଇଲ ଅପରେଟ୍ କରିବା ସେମାନେ ମା’ ପେଟରୁ ଶିଖିକି ଆସୁଛନ୍ତି । କିନ୍ତୁ ସେମାନଙ୍କର ଏହି ଅଭ୍ୟାସ ଆପଣଙ୍କ ଉପରେ ଭାରି ପଡିପାରେ । ୫ ବର୍ଷର ଜଣେ ଶିଶୁ ତା ମାଆକୁ ଅଢେଇ ଲକ୍ଷ ଟଙ୍କାର ଚୂନ ଲଗାଇଛି ।

ସୂଚନାଯୋଗ୍ୟ, ଆମେରିକାର ମାସାଚୁସେଟ୍ସର ଲୀଲା ଭାରିସ୍କୋ ନାମକ ଜଣେ ୫ ବର୍ଷର ବାଳିକା ତାଙ୍କ ମାଙ୍କ ଫୋନରେ ଖେଳୁଥିଲା ଏବଂ କିଛି ସମୟ ପରେ ସେ ନିଜ ମା’ଙ୍କ ଆମାଜନ ଆକାଉଣ୍ଟରେ ୩୦୦୦ ଡଲାରରୁ ଅଧିକ ଅର୍ଡର ଦେଇଥିଲେ। ଅର୍ଡରରେ ୧୦ ଟି ମୋଟରସାଇକେଲ୍ ଏବଂ ୧୦ ହଳ ଜୋତା (କାଓଗର୍ଲ) ମଗାଇଛି ।

ଶିଶୁଟିର ମାଆ ନିଜ ଆକାଉଣ୍ଟ ଯାଇ ହିଷ୍ଟ୍ରି ଚେକ୍ କରିବା ସୟରେ ଏବିଷୟରେ ଜାଣିବାକୁ ପାଇଥିଲେ । “ବାଇକ୍ ଏବଂ ଜିପ୍ ର ମୂଲ୍ୟ ପ୍ରାୟ ୩,୧୮୦ ଡଲାର୍। କେବଳ ବୁଟ୍ ମୂଲ୍ୟ ପ୍ରାୟ ୬୦୦ ଡଲାର୍ ” ବୋଲି ଶିଶୁଟିର ମାଆ କହିଛନ୍ତି । ସବୁ ଅର୍ଡର ଶିଶୁଟି ବାଏ ନାଓ କରିଛି ।

Get real time updates directly on you device, subscribe now.