fbpx

(Video)ଭାଗ୍ୟ ନା ଭଗବାନ! ଭିଡ଼ିଓ ଦେଖିଲେ ଆପଣ ମଧ୍ୟ କହିବେ, ଭାଗ୍ୟ ଜୋର ଥିଲା ନଚେତ ନିଆଁରେ ଲିଭି ଯାଇଥାନ୍ତା..

ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଏହି ଧରା ପୃଷ୍ଠକୁ ତାଙ୍କର ଭାଗ୍ୟ ଆଉ ଭବିଷ୍ୟ ନେଇ ଆସିଥାଆନ୍ତି । ବହୁ ଲୋକ ତାଙ୍କ ଜୀବନରେ ବହୁତ ବଡ ବଡ ଦୁର୍ଘଟଣା ମଧ୍ୟ ଦେଖନ୍ତି କିନ୍ତୁ କିଛି ଲୋକ ଏଭଳି ଭାଗ୍ୟ ନେଇ ଆସିଥାଆନ୍ତି ଯାହାଙ୍କ ଆଗରେ ବଡ ବଡ ଦୁର୍ଘଟଣା ମଧ୍ୟ ଟଳିଯାଇଥାଏ । ଆଜି ଆପଣ ଯେଉଁ ଭିଡିଓ ଦେଖିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଚକିତ କରିବ ଆଉ ଆପଣ ମଧ୍ୟ ଜାଣି ଯିବେ ଆମେ ଆପଣଙ୍କୁ ଏସବୁ ବିଷୟରେ କାହିଁକି କହୁଛୁ ।

ଏ ଭିଡ଼ିଓ ଦେଖିବା ପରେ ଆପଣଙ୍କୁ ଏଥିରୁ ଏହା ନିଶ୍ଚୟ ଜଣା ପଡ଼ିଯିବ ଯେ ଭାଗ୍ୟ କଣ ? ଭିଡ଼ିଓ ଟିରେ ଜଣେ ବ୍ୟକ୍ତି ମୃତ୍ୟୁରୁ ସଂକୀର୍ଣ୍ଣ ଭାବରେ କିଭଳି ବଞ୍ଚି ଯାଉଛନ୍ତି ତାହା ଆପଣ ଦେଖିପାରିବେ। ଏହାକୁ ଅନେକ ଲୋକ ଭାଗ୍ୟଶାଳୀ ବୋଲି କହିବା ସହିତ ଏହାମଧ୍ୟ କହିଛନ୍ତି ଯଦି ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥାନ୍ତେ ତେବେ ତାଙ୍କର ବଞ୍ଚିବା କଷ୍ଟକର ହେଇଥାନ୍ତା ।

ଭିଡ଼ିଓ ଟିରେ ଏକ ଲଣ୍ଡ୍ରି ମାଟରେ ଥିବା ୱାଶିଂ ମେସିନ୍ ର । ବ୍ୟକ୍ତି ଜଣକ ମେସିନରୁ ସଫା କରି ଫେରୁଛନ୍ତି । ଠିକ ଯିବାର କିଛି ସେକେଣ୍ଡ ପରେ ହଠାତ ୱାଶିଂ ମେସିନ୍ ରୁ ନିଆଁ ବାହାରୁଛି ଆଉ ଏକ ବଡ଼ଧରଣ ବିସ୍ଫୋରଣ ହେଉଛି । ଏହାପରେ ସେ ଘରର କବାଟ ମଧ୍ୟ ପଡି ଯିବାର ଦେଖିବାକୁ ମିଳୁଛି । ଯଦି ବ୍ୟକ୍ତିଜଣକ ରୁମରୁ ବାହାରି ନଥାନ୍ତେ ତେବେ ସେ ହୁଏତ ଏହି ଦୁର୍ଘଟଣାର ଶିକାର ହେଇଥାନ୍ତେ।

ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଏହାକୁ ଚାରି ମିଲିୟନରୁ ଅଧିକ ଥର ଦେଖାଯାଇଛି। ଭିଡିଓରେ ଅନେକ ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି । କିଛି ଉପଭୋକ୍ତା ଅନୁମାନ କରିଥିଲେ ଯେ ବିସ୍ଫୋରଣର କାରଣ କ’ଣ ହୋଇପାରେ ଏବଂ ଅନ୍ୟମାନେ ଇଶ୍ବରଙ୍କୁ ଧନ୍ୟବାଦ ଜଣାଇଥିଲେ ।

Get real time updates directly on you device, subscribe now.