fbpx

୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ, ଦେହ ସାରା ଥିଲା…

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡି ତେନ୍ତୁଳିଆ ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୫ ବର୍ଷର ଶିଶୁକନ୍ୟାକୁ ବାପା ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି ।ସାବତ ମାଆ ସହ ବାପାକୁ ଧରି ପୋଲିସର ଜିମା ଦେଇଛନ୍ତି ଲୋକେ । ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପାରିବାରକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାପା ଓ ସାବତ ମାଆଙ୍କ ଭିତରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା । ଗତକାଲି ଝଗଡ଼ ପରେ କୌଣସି କାରଣରୁ ଝିଅକୁ କାଠ ଫାଳିଆରେ ସେମାନେ ପିଟି ଦେଇଥିଲେ । ମୁଣ୍ଡରୁ ପ୍ରବଳ ରକ୍ତ ବାହାରିଥିଲା । ପରେ ଝିଅଟି ଆଖି ବୁଜିଥିଲା । କୌଣସି କାରଣରୁ ଝିଅକୁ କାଠ ଫାଳିଆରେ ମାଡ ମାରିଥିଲେ ସାବତ ମା ଓ ବାପା । ଝିଅର ମୁଣ୍ଡରେ କାଠ ଫାଳିଆ ବାଜି ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଝିଅଟି ଗୁରୁତର ହୋଇ ଘରେ ପଡିରହିବାର କିଛି ସମୟ ପରେ ତାର ମୃତ୍ୟୁ ହୋଇଯାଇଥିଲା । ଦୋଷକୁ ଲୁଚାଇବାକୁ ଯାଇ ବାହାନା କରିଥିଲେ ସାବତ ମା ଏବଂ ବାପା ।

ମୁଣ୍ଡ ଫାଟି ଝିଅର ମୃତ୍ୟୁ ହୋଇଥିବା କହିଥିଲେ ବାପା, ମାଆ । ତେବେ ସ୍ଥାନୀୟ ଲୋକ ଘର ଭିତରେ ଭିନ୍ନ ଚିତ୍ର ଦେଖିଥିଲେ । ମୃତ ଝିଅର ଦେହ ସାରା ମାଡ଼ ଚିହ୍ନ ରହିଥିଲା । ଏହାପରେ ଉଭୟ ବାପା ଓ ସାବତ ମାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ପୋଲିସ ଉଭୟଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଆରମ୍ଭ କରୁଛି । ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.