fbpx
BJD SKY
BJD SKY

(Video) ଠେଲାରେ ରୋଗୀଣା ବାପାଙ୍କୁ ହସ୍ପିଟାଲ ନେଲା ୬ ବର୍ଷର ବାଳକ , ଭିଡିଓ ଭାଇରାଲ

BJD

ନୂଆଦିଲ୍ଲୀ : ଠେଲା ଗାଡି ବୁହା ହୋଇଯାଉଥିବା ଅନେକ ସମୟରେ ଆପଣ ଦେଖିଥିବେ । କିନ୍ତୁ ସେ ଠେଲା ଗାଡି ଖାଦ୍ୟ ସମଗ୍ରୀ ଥାଏ ।

ମଧ୍ୟପ୍ରଦେଶର ସିଙ୍ଗରେଲି ଜିଲାରୁ ଏଭଳି ଏକ ଭିଡିଓ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରିଉଠିବ । ଯେତିକି ଦୁଃଖ କରିବେ, ସେତିକି ଆମ ସ୍ୱାସ୍ଥ୍ରକୁ ନିନ୍ଦା ମଧ୍ୟ କରିବେ । ଭିଡିଓରେ ଦେଖିବାକୁ ମିଳିଛି ଜଣେ ବାଳକ ଏକ ଠେଲାରେ ଗାଡିରେ ନିଜ ରୋଗୀଣା ବାପାଙ୍କୁ ବୋହି ହସ୍ପିଟାଲ ନେଉଛି ।

ରୋଗୀଣା ବାପାଙ୍କୁ ହସ୍ପିଟାଲ ନେବା ପାଇଁ ପରିବାର ଲୋକ ପ୍ରାୟ ଏକ ଘଣ୍ଟା ପଯ୍ୟନ୍ତ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା । ଶେଷରେ ବାଧ୍ୟ ହୋଇ ପିଲାଟି ତା ବାପାଙ୍କୁ ଠେଲାରେ ସରକାରୀ ହସ୍ପିଟାଲ ବୋହି ନେଇଯାଇଥିଲେ । ବାଳକଟିର ବୟସ ମାତ୍ର ୬ ବର୍ଷ । ଏଭଳି ଘଟଣା ଆମ ସମାଜରେ ଘଟିବା ନୂଆ ନୁହେଁ । କିନ୍ତୁ କହିବାର କଥା ହେଲା ଯେଉଁ ସେବା ଯୋଗାଇ ଦିଆଯାଉଛି ବୋଲି ସରମାର ସବୁବେଳେ ଡେଙ୍ଗୁରା ପିଟୁଛନ୍ତି, ତାହା ଅନେକ ସମୟରେ ଅସଫଳ ପ୍ରମାଣ ହେଉଛି । ଆଉ ଏଥର ଜଣେ ୬ ବର୍ଷର ବାଳକ ତାହା ପ୍ରମାଣ କରି ଦେଖାଇଛି ।

Get real time updates directly on you device, subscribe now.