fbpx
BJD
BJD SKY
BJD SKY

ବାଣୀବିହାର : ସେମିନାରରେ ଦେଶଦ୍ରୋହୀ ମନ୍ତବ୍ୟ, ପ୍ରଫେସରଙ୍କୁ ଆକ୍ରମଣ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଜେଏନୟୁ ତାତି ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏକ ଆଲୋଚନାରେ ଜଣେ ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିଲା । ପ୍ରଫେସରଙ୍କ ଜଣଙ୍କ ଜେଏନୟୁ ରୁ ଆସିଥିବା ଜଣାପଡିଛି । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଛି । ଜେଏନୟୁରୁ ଆସିଥିବା ପ୍ରଫେସରଙ୍କ ନାମ ହେଉଛି ସୁରଜିତ ମଜୁମଦାର ।

ସୂଚନାଯୋଗ୍ୟ, ଆଜି ବିଶ୍ୱବିଦ୍ୟାଳୟ ପରିସରରେ କୌଣସି ଏକ ବିଷୟ ବସ୍ତକୁ ନେଇ ପିଜି କାଉନସିଲିରେ ଆଲୋଚନାଚକ୍ର ଚାଲିଥିଲା । ଏହି ଆଲୋଚନାଚକ୍ରରେ ଜେଏନୟୁ ରୁ ଆସିଥିବା ପ୍ରଫେସରଙ୍କ ସୁରଜିତ ମଜୁମଦାର ଅଂଶ ଗ୍ରହଣ କରିଥିଲେ । ତାଙ୍କ ଅଭିଭାଷଣ ବେଳେ ସେ ଦେଶଦ୍ରୋହୀ ମନ୍ତବ୍ୟ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ । ପରେ ଏହାକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେବ ସହ ପ୍ରଫେସରଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣା ଏବେ ସହିଦ ନଗର ଥାନାରେ ପହଞ୍ଚିଛି ।

Get real time updates directly on you device, subscribe now.