fbpx

ମାନସିକ ଦୃଢତା ଏହି ୬ଟି ଲକ୍ଷଣରୁ ଜଣାପଡେ, ଆପଣଙ୍କ ପାଖେ କେତେ ଅଛି?

Advertisement

ନୂଆଦିଲ୍ଲୀ: ଜୀବନ ସବୁବେଳେ ଏକାପରି ଚାଲି ନଥାଏ । ଏପରି ପରିବର୍ତ୍ତନ ସାଙ୍ଗରେ ଜୀବନରେ ଖୁସି ମଧ୍ୟ ସମାନ ନଥାଏ । ତେଣୁ ଆମକୁ ଏହା ସ୍ୱୀକାର କରିବାକୁ ପଡ଼ିବ । ସାଧାରଣତଃ ଏହି ପରିବର୍ତ୍ତନ ପାଇଁ ବହୁତ ଗୁଡ଼ିଏ ଲୋକ ଭାଙ୍ଗି ପଡ଼ନ୍ତି ଅନ୍ୟ କିଛି ଲୋକ ଏପରି ପରିସ୍ଥିତିରେ ଖାପ ଖୁଆଇ ଚଳିଯାଆନ୍ତି । ଏପରି ଲୋକ ମାନଙ୍କୁ ମାନସିକ ଦୃଢତାର ପରିଚୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ମେଣ୍ଟାଲି ଷ୍ଟ୍ରଙ୍ଗ ଲୋକ ମାନଙ୍କୁ ।

-ମାନସିକ ସ୍ତରରେ ମଜବୁତ ଲୋକ ତର୍କ ଏବଂ ଭାବନା ମଧ୍ୟରେ ବାଲାନ୍ସ କରିବା ବହୁତ ଭଲ ଭାବରେ ଜାଣିଥାନ୍ତି । ଏମାନଙ୍କ ଭାବନା ଶକ୍ତି ଏବଂ ବିଚାରଧାରା ଉପରେ କେତେ ପ୍ରଭାବିତ କରୁଛି ତାହା ଦେଖାଯାଇଥାଏ । ସେଥିପାଇଁ ଭାବନାତ୍ମକ ରୂପରେ ପ୍ରତିକ୍ରିୟା ଦେବା ବଦଳରେ ସେମାନେ ତର୍କ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି ।

-ଏହିପରି ଲୋକେ ଡରର ସାମ୍ନା କରିଥାନ୍ତି ଏବଂ ଏମାନେ ସବୁ ପରିସ୍ଥିତିର ସାମ୍ନା କରି ଆଗକୁ ବଢିବାର ଆତ୍ମବିଶ୍ୱାସ ରଖିଥାନ୍ତି । ଡ଼ରିବା ଜାଗାରେ ଏମାନେ ସାହସ ପୂର୍ବକ ଆଗକୁ ବଢିଥାନ୍ତି ।

-ମାନସିକ ସ୍ତରରେ ମଜବୁତ ଲୋକ ନିଜକୁ ସ୍ୱୀକାର କରିଥାନ୍ତି । ଏମାନଙ୍କ ସ୍ୱାଭବ ଯେଉଁଭଳି, ସେମାନେ ସେହିିପରି ରହିବାକୁ ଚାହିଁଥାନ୍ତି । ଯଦି ଆପଣ ନିଜର ତ୍ରୁଟିକୁ ଜାଣିଛନ୍ତି ତେବେ ନିଜକୁ ନିରପତ୍ତାରେ ଛାଡ଼ିଦିଅନ୍ତିନି । ଏହା ବ୍ୟତୀତ ବ୍ୟକ୍ତିଗତ ବିକାସ ପାଇଁ ଲଗାତାର ପ୍ରୟାସ କରିଚାଲନ୍ତି । କାରଣ ମାନସିକ ସ୍ତରରେ ମଜବୁତ ଲୋକ ଖୁବ ଭଲଭାବେ ଜାଣିଛନ୍ତି ଯେ, ତାଙ୍କୁ କେଉଁ ପ୍ରକାର ସୁଧାରର ଆବଶ୍ୟକ ରହିଛି ।

-ଏହି ଲୋକମାନେ ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇ ଚଳିଯାଆନ୍ତି । ସେଥିପାଇଁ ଏମାନେ ଅସଫଳତାକୁ ଡ଼ରନ୍ତି ନାହିଁ । ଏମାନେ ବହୁତ ଭଲଭାବେ ଜାଣନ୍ତି ଯେ, କେଉଁ ଜିନିଷ ଭଲ ଏବଂ କେଉଁ ଜିନିଷ ଖରାପ, ସେହି ଅନୁସାରେ ନିଜର ଧ୍ୟାନକୁ କେନ୍ଦ୍ରୀତ କରି କାର୍ଯ୍ୟ କରନ୍ତି । ସଫଳ ହେବା ପାଇଁ ମାନସିକ ଶକ୍ତିର ଉପଯୋଗ କରନ୍ତି ।

– ନିଜେ କରିଥିବା ଭୁଲକୁ ଏମାନେ ନିଜେ ସ୍ୱୀକାର କରନ୍ତି । ଏମାନେ ଜାଣିଛନ୍ତି ଯେ, ସକରାତ୍ମକ କାର୍ଯ୍ୟର ପରିଣାମ ଭଲ ଫଳ ଦେଇଥାଏ ଏବଂ ନକରାତ୍ମକ କାର୍ଯ୍ୟର ପରିଣାମ ଖରାପ ଫଳ ଦେଇଥାଏ ।

-ମାନସିକ ସ୍ତରରେ ଦୃଢଥିବା ବ୍ୟକ୍ତି ବାହାନା ଏବଂ ଆଶାବାଦୀ ହେବାକୁ ପସନ୍ଦ କରିନଥାଆନ୍ତି । ସମୟର ସଦୁପଯୋଗ କରି ଜୀବନ ଏମାନେ ବଞ୍ଚିବାକୁ ପସନ୍ଦ କରିଥାନ୍ତି ।

Get real time updates directly on you device, subscribe now.