fbpx

୩ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ, ୭ବର୍ଷର ନାବାଳକ ବିରୋଧରେ ରହିଛି ଅଭିଯୋଗ

ଉତ୍ତରପ୍ରଦେଶ : ଆମ ସମାଜରେ ବିଭିନ୍ନ ସମୟରେ ନୂଆ ନୂଆ ଘଟଣା ସବୁ ଘଟି ଥାଏ, ସେଥି ମଧ୍ୟରୁ ଦୁଷ୍କର୍ମର ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ସେହିଭଳି ଏକ ଦୁଃଖଦ ଘଟଣା ସାମ୍ମନାକୁ ଆସିଛି ଉତ୍ତରପ୍ରଦେଶର କାନପୁରରୁ । କହିବା ଅନୁସାରେ ଚକେରୀ ଅଞ୍ଚଳର ୭ବର୍ଷର ଏକ ନାବାଳକ ନିଜ ଘର ପାଖରେ ରହୁଥିବା ୩ ବର୍ଷର ନାବାଳିକାକୁ ସାଇକଲରେ ବସାଇ ବୁଲାଇ ନେବା ବାହାନାରେ ଡ଼୍ରେନ କୂଳକୁ ନେଇଥିଲେ । ସେଠାରେ ସେ ନାବାଳିକା ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ,ଏହା ସହିତ ଝିଅଟି ଉପରେ ବ୍ଲେଡ଼ ସାହାଯ୍ୟରେ ଆକ୍ରମଣ କରିଥିଲେ ।

ଯନ୍ତ୍ରଣା ହେତୁ ଝିଅଟି ଚିତ୍କାର କରିବାକୁ ଲାଗିଲା। କିଛି ଲୋକ ସେହି ରାସ୍ତା ଦେଇ ଯିବା ସମୟରେ ଝିଅଟିର ଚିତ୍କାର ଶୁଣି ଡ଼୍ରେନ ପାଖକୁ ଗଲେ। ସେଠାରେ ଲୋକ ମାନଙ୍କୁ ଦେଖି ପିଲାଟି ପଳାଇଲ।। ଲୋକମାନେ ସେଠାରୁ ଝୀଅଟିକୁ ହସ୍ପିଟାଲକୁ ନେଇଥିଲେ ଏବଂ ପୋଲିସକୁ ମଧ୍ୟ ଜଣାଇ ଥିଲେ । ପରିବାର ଲୋକେ ଜାଣିବା ପରେ କହିଥିଲେ ଯେ ନାବାଳକ ଝିଅକୁ ଦୁଷ୍କର୍ମ କରିବା ସହିତ ବ୍ଲେଡ଼ ମାଧ୍ୟମରେ ଗୁରୁତର ଆହାତ ମଧ୍ୟ କରିଛି। ଏହା ଆଗରୁ ସେ କୁକୁରର ଛୁଆ ମାନଙ୍କୁ ମଧ୍ୟ ବ୍ଲେଡ଼ରେ ଆଘାତ କରିଥିଲା ।

ଏହାକୁ ନେଇ ଚକେରୀର ଏସିପି ଅମର ନାଥ ୟାଦବ କହିଛନ୍ତି ଯେ, ନାବାଳକକୁ ଗିରଫ କରି ପଚାର ଉଚରା କରାଯାଉଛି ।

Get real time updates directly on you device, subscribe now.