fbpx

Today Gold Price : ଆଜି ଶସ୍ତା ହେଲା ସୁନା ଓ ରୂପା ଦର, କିଣିବା ପୂର୍ବରୁ ରେଟ୍ ଚେକ୍ କରନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ସୁନା ଓ ରୂପା କିଣିବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଗତକାଲି ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପରେ ଆଜି ମୂଲ୍ୟ ହ୍ରାସ ପାଇଛି। ଆଜି ଅର୍ଥାତ୍ ମେ ୨୩ ରେ ଦେଶରେ ସୁନା ଓ ରୂପା ଶସ୍ତା ହୋଇଛି । ଏଭଳି ପରିସ୍ଥିତିରେ ଆପଣ ଆଜି ଶସ୍ତା ଦରରେ ସୁନା ଓ ରୂପା କିଣିପାରିବେ । କିନ୍ତୁ ସୁନା ଓ ରୂପା କିଣିବା ପୂର୍ବରୁ ଆଜିର ସର୍ବଶେଷ ଦର ବିଷୟରେ ଜାଣି ରଖନ୍ତୁ ।

ଆଜି ୧୦ ଗ୍ରାମ ସୁନା ମୂଲ୍ୟ କେତେ ?
ଆଜି ଅର୍ଥାତ୍ ମେ ୨୩ ରେ, ଦେଶରେ ୨୪ କ୍ୟାରେଟ୍ ସୁନା ର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦,୪୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଠାରୁ ୩୮୦ ଟଙ୍କା ଅର୍ଥାତ୍ ୦.୬୨% ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନା ମୂଲ୍ୟ ଆଜିର ତାରିଖରେ ୧୦ ଗ୍ରାମ ପ୍ରତି ୫୫,୩୭୦ ଟଙ୍କା ରହିଛି । ଗତକାଲି ମେ ୨୨ ରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୦,୮୩୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୫୫,୭୨୦ ଟଙ୍କା ଥିଲା ।

ରୂପା ବିଷୟରେ କଥା ହେଲେ, ଆଜି ରୂପା ର ଚମକ କମିଥିବା ନଜର ଆସିଛି । ଆଜି ରୂପା ମୂଲ୍ୟ ୯୦୦ ଟଙ୍କା ବା ୧.୨୪% ହ୍ରାସ ପାଇ କିଲୋଗ୍ରାମ ପିଛା ୭୧,୬୦୦ ଟଙ୍କା ରହିଛି । ଗତକାଲି ରୂପା ମୂଲ୍ୟ ୭୨,୫୦୦ ଟଙ୍କା ଥିଲା।

ଦିଲ୍ଲୀରେ ୨୪ କ୍ୟାରେଟ୍ ଶୁଦ୍ଧତାର ସୁନା ହାର ୧୦ ଗ୍ରାମ ପିଛା ୬୧,୨୫୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୫୬,୧୫୦ ଟଙ୍କା ରହିଛି ।

ମୁମ୍ବାଇରେ ୨୪ ଗ୍ରାମ ସୁନା ୧୦ ଗ୍ରାମ ପିଛା ୬୧,୧୦୦ ଟଙ୍କାରେ ଏବଂ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୫୬,୦୦୦ ଟଙ୍କାରେ ବିକ୍ରି ହେଉଛି।

ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୫୨,୨୮୫ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୪୭,୯୨୭ ଟଙ୍କା ରହିଛି।

କୋଲକାତାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୧,୧୦୦ ଟଙ୍କା ଏବଂ ୨୨ ଗ୍ରାମ ସୁନା ୧୦ ଗ୍ରାମ ପିଛା ୫୬,୦୦୦ ଟଙ୍କା ରହିଛି ।

ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୧,୧୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ୫୬,୦୦୦ ରହିଛି । ଗତକାଲି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୧,୪୧୦ ଏବଂ ୨୨ କ୍ୟାରେଟ୍ ୫୬୨୯୦ ଥିଲା ।

Get real time updates directly on you device, subscribe now.