fbpx

୪ ବର୍ଷର ଶିଶୁର ଗଳାରେ ଅଟକିଗଲା ଟଫି, ବାପା-ମାଆଙ୍କ ସାମ୍ନାରେ ଛଟପଟ ହୋଇ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ସାଧାରଣତଃ ଘରେ ପିଲାଟିଏ ଥିଲେ ଆମେ ସାଙ୍ଗରେ ଚକୋଲେଟ୍ ନେଇ ଯାଇଥାଉ । କାରଣ ପିଲାମାନେ ଚକୋଲେଟ୍ ଦେଖିଲେ ଖୁସୀ ହେବେ । ଚକୋଲେଟ୍ ନେବା ପାଇଁ ଆଗ୍ରହ ପ୍ରକାଶ କରିବେ । କିନ୍ତୁ ଥରେ ଭାବନ୍ତୁତ ତ ଏହି ଚକୋଲେଟ୍ ଯଦି ଜୀବନ ମରଣର କାରଣ ସାଜେ, ତେବେ କ’ଣ କରିବେ । ଯଦି କୁହାଯିବ ଏହି ଚକୋଲେଟ୍ ଜଣେ କୋମଳବତି ଶିଶୁର ଜୀବନ ନେଇଛି ତେବେ କ’ଣ ହେବ ଆପଣଙ୍କ ଅବସ୍ଥା…? ଆଉ ପିଲାମାନଙ୍କ ହାତରେ ଚକୋଲେଟ୍ ଦେବେ କି ? ଛୁଆଙ୍କ ହାତରେ ଚକୋଲେଟ୍ ଧରାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ।

ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଚାରି ବର୍ଷର ନିରୀହ କୋମଳବତି ଶିଶୁ ନିଜ ପିତାମାତାଙ୍କ ସାମ୍ନାରେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ଏହାର କାରଣ ହେଉଛି ଶିଶୁର ଗଳାରେ ଟଫି ବା ଏକ ଚକୋଲେଟ୍ ଅଟକି ରହିଥିଲା । ଯେଉଁଥିପାଇଁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଯାଇଥିଲା । ପରିବାର ଲୋକ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାନୁସାରେ, ସାନିଆଲ ନାମକ ଜଣେ ୪ ବର୍ଷର ବାଳକ ରବିବାର ଦିନ ତାଙ୍କ ଜେଜେବାପାଙ୍କଠାରୁ ଟଫି ବା ଚକୋଲେଟ୍ ପାଇବାକୁ ଜିଦ୍ ଧରିଥିଲା। ଜେଜେବାପା ତାଙ୍କୁ ଟଫି କିଣିବା ପାଇଁ ଟଙ୍କା ମଧ୍ୟ ଦେଇଥିଲେ । ଟଙ୍କା ନେଇ ସାନିଆଲ ନିକଟସ୍ଥ ଦୋକାନକୁ ଯାଇ ନିଜ ପାଇଁ ଟଫି କିଣିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ସେ ଯେଉଁ ଟଫି ଖାଇବାକୁ ଜିଦ୍ କରୁଥିଲେ ତାହା ମରଣର କାରଣ ପରାଲଟିବ ।

ସାନୟାଲ ଘରେ ପହଂଚି ଟଫି ଖାଇବା ମାତ୍ରେ ଏହା ତାଙ୍କ ଗଳାରେ ଲାଗି ରହିଲା । ଏହି କାରଣରୁ ସେ ଶ୍ୱାସ ନେବାରେ ଅସୁବିଧା ଆରମ୍ଭ କଲେ । ଶିଶୁର ଅବସ୍ଥା ବିଗିଡି ଯାଇ ଅଭିଭାବକମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ। ପିଲାଟି ଆଦୌ କଥା କହି ପାରିଲା ନାହିଁ । ଆଖିରୁ କେବଳ ଲୁହ ବାହାରୁଥିଲା ଏବଂ ସେ ଯନ୍ତ୍ରଣା ଛଟପଟ ହେଉଥିଲା । ଡାକ୍ତରମାନେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଚିକିତ୍ସା ସମୟରେ ଶିଶୁଟିର ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.