fbpx
BSKY SKY
BSKY SKY

୪ ଦିନରେ ଦ୍ୱିତୀୟ ଘଟଣା: ୩୦୦ ଫୁଟ ବୋରୱେଲରେ ଖସି ପଡିଲା ୭ ବର୍ଷର ଶିଶୁ

BSKY

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦମୋହରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୩୦୦ ଫୁଟ ଗଭୀର ଏକ ବୋରୱେଲରେ ଜଣେ ୭ ବର୍ଷର ଶିଶୁ ଖସି ପଡିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲୁ ରହିଥିବା ପୋଲିସ ସୂଚନା ଦେଇଛି । ତେବେ ମାତ୍ର ୪ ଦିନ ମଧ୍ୟରେ ରାଜ୍ୟରେ ଏମିତି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଦମୋହ ଜିଲ୍ଲା ପଟେରା ଥାନା ଅନ୍ତର୍ଗତ ବାରଖେଡ଼ା ଗ୍ରାମରେ ଏମିତି ଏକ ଅଘଟଣ ଘଟିଥିବା ଖବର ପାଇଛି ପୋଲିସ । ଏହି ବୋରୱେଲ ଖୋଳାହେବା ସମୟରେ ଏହାକୁ ସଠିକ ଭାବରେ ଘୋଡାଯାଇ ନଥିଲା । ଫଳରେ ପିଲାଟି ଖେଳୁ ଖେଳୁ ଏହା ଭିତରେ ଖସି ପଡିଥିବା ଅନୁମାନ କରାଯାଉଛି । ସେପଟେ ଏହି ବୋରୱେଲଟି ପିଲାଟିର ବାପା ଧର୍ମେନ୍ଦ୍ର ଆତ୍ୟା ତିଆରି କରୁଥିବା କହିଛନ୍ତି ପଟେରା ଥାନା ପ୍ରଭାରୀ ଶ୍ୟାମବିହାରୀ ମିଶ୍ରା । ତେବେ ପ୍ରିୟାଂଶ ବିଲରେ ଖେଳିବା ସମୟରେ ବୋରୱେଲରେ ଖସି ପଡିଛି । ତେବେ ପ୍ରିୟାଂଶ ୧୦-୧୫ ଫୁଟ ଗଭୀର ମଧ୍ୟରେ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପଟେରା ପୋଲିସ ଏବଂ ଉଦ୍ଧାରକାରୀ ଟିମ ବ୍ୟତୀତ ଭାରତୀୟ ପ୍ରଶାସନ ଏବଂ ସ୍ୱସ୍ଥ୍ୟ ବିଭାର ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ତେବେ ଗତ ୪ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ବୋଲି କହିଛି ପୋଲିସ ବିଭାଗ । ଗତ ଗୁରୁବାର ଉମରିଆ ଜିଲ୍ଲା ବାଦରଚାଡ ଗ୍ରାମରେ ମଧ୍ୟ ଘଟିଛି । ୨୦୦ ଫୁଟ ଗଭୀର ଏକ ବୋରୱେଲରେ ୩ ର୍ବେର ଏକ ଶିଶୁ ଖସି ପଡିଥିବା ଜଣାପଡିଥିଲା । ତେବେ ୧୬ ଘଣ୍ଟାର ରେସ୍କସ୍କୁ ଅପରେସନ ପରେ ଶିଶୁଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିବା ପ୍ରଶାସନ, କିନ୍ତୁ ହାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.