fbpx
BJD SKY
BJD SKY

ସୁରକ୍ଷା ବଳଙ୍କୁ ବଡ ସଫଳତା: ପୁଲିସ ଗୁଳିରେ ଟଳିଲେ ଦୁଇ ମହିଳା ମାଓବାଦୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଓ ସଂଗଠନ ଗୁଡିକର ମୂଳଉତ୍ପାଟନ କରିବା ପାଇଁ ଛତିଶଗଡ ଓ ଓଡ଼ିଶା ପୋଲିସ୍ ଅଣ୍ଟାଭିଡିଥିବା ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା । ସୂଚନା ଅନୂସାରେ ଛତିଶଗଡର ବସ୍ତର ଓ  ବିଜାପୁର ଜିଲ୍ଲାରେ ଜାବେଲି ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ମାଓ କ୍ୟାମ୍ପ ଥିବା ସୂଚନା ପାଇ ଏହି ଅପରେସନ୍ କରାଯାଉଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା ।

ଗତକାଲି ବିଳମ୍ବିତ ରାତିରୁ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା ପୁରା ରାତି ତମାନ ଉଭୟ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଅପରେସନ୍ ଶେଷରେ ସେହି ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ୍ ହେବା ସହିତ ଦୁଇ ମହିଳା କ୍ୟାଡର ମାଓବାଦୀଙ୍କ ମୃତ ଦେହ ମଧ୍ୟ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.