କିଛି ନକହି ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମୋଦୀ, ଭାରତ ବୃଦ୍ଧି କଲା ରୁଷର ତୈଳ ଆମଦାନୀ, ଏବେ ଚୀନ୍ ସହିତ ବଡ଼ ପ୍ରତିଯୋଗିତା
ଆମେରିକାକୁ ଉଚିତ ଜବାବ ଦେଲା ଭାରତ।
ନୂଆଦିଲ୍ଲୀ: କିଛି ନକହି ଆମେରିକାକୁ ଉଚିତ୍ ଜବାବ ଦେଇଛି ଭାରତ। ଏକଥା କହିବାର ଅର୍ଥ ଆମେରିକାର ଶୁଳ୍କ ଚାପକୁ ଅଣଦେଖା କରି ଭାରତ ଲଗାତାର ଭାବରେ ରୁଷୀୟ ତେଲ ଆମଦାନୀ ବୃଦ୍ଧି କରୁଛି।
ଭାରତ ଅଗଷ୍ଟ ମାସରେ ରୁଷରୁ ପ୍ରାୟ ୨.୯ ବିଲିୟନ ୟୁରୋ ମୂଲ୍ୟର ଅଶୋଧିତ ତେଲ ଆମଦାନୀ କରିଛି। ଯାହା ଚୀନର ୩.୧ ବିଲିଟନ ୟୁରୋ ଆମଦାନୀ ସହିତ ସମାନ।
ଫିନଲ୍ୟାଣ୍ଡର ଶକ୍ତି ଏବଂ ସୁଚ୍ଛ ବାୟୁ ଗବେଷଣା କେନ୍ଦ୍ରର ଏକ ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି। ଆକର୍ଷଣୀୟ କଥା ହେଉଛି ଯେ ଜୁଲାଇରେ ଭାରତର ଅଶୋଧିତ ତେଲ ଆମଦାନୀ ୨.୭ ବିଲିୟନ ୟୁରୋ ମୂଲ୍ୟର ଥିଲା। ଯେତେବେଳେ ଚୀନର ଆମଦାନୀ ୪.୧ ବିଲିୟନ ୟୁରୋ ହ୍ରାସ ପାଇଛି।
ଆମେରିକା ଭାରତ ଉପରେ ରୁଷରୁ ତେଲ କ୍ରୟ ହ୍ରାସ କରିବାକୁ ଚାପ ପକାଉଛି। ଆମେରିକା କହିଛି ଯେ ଭାରତ ଦ୍ୱାରା ରୁଷ ତେଲ କ୍ରୟ ୟୁକ୍ରେନ ଯୁଦ୍ଧ ପାଇଁ ଆର୍ଥିକ ସହାୟତା ଯୋଗାଇଥାଏ।
ରୁଷରୁ ତେଲ କିଣିବାର ଦଣ୍ଡ ସ୍ୱରୂପ ଆମେରିକା ଅଗଷ୍ଟ ୨୭ ତାରିଖରୁ ଭାରତୀୟ ରପ୍ତାନି ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛି। କିନ୍ତୁ ଚୀନ୍ କିମ୍ବା ଅନ୍ୟ ରୁଷ ତେଲ କ୍ରେତାଙ୍କ ବିରୁଦ୍ଧରେ ଏପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।
ଆମେରିକା ୟୁରୋପ ଉପରେ ଚାପ ପକାଇ ଚାଲିଛି:
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘକୁ ଚୀନ୍ ଏବଂ ଭାରତରୁ ଆସୁଥିବା ସାମଗ୍ରୀ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ଅପିଲ୍ କରିଛନ୍ତି। ଯାହା ଦ୍ଵାରା ଉଭୟ ଦେଶ ରୁଷ ସହିତ ଶକ୍ତି ବାଣିଜ୍ୟ ହ୍ରାସ କରିବାକୁ ବାଧ୍ୟ ହେବେ।
ଅଗଷ୍ଟ ମାସରେ ଚୀନ୍ ରୁଷରୁ ଅଶୋଧିତ ତୈଳ ଏବଂ କୋଇଲାର ସର୍ବବୃହତ୍ ଆମଦାନୀକାରୀ ଥିଲା, ଯେତେବେଳେ ତୁର୍କୀ ରୁଷରୁ ତୈଳ ଉତ୍ପାଦ ଏବଂ ଗ୍ୟାସର ସର୍ବବୃହତ୍ କ୍ରେତା ଥିଲା।
ଚୀନ୍ ହେଉଛି ସବୁଠାରୁ ବଡ଼ କ୍ରେତା:
ରୁଷରୁ ଭାରତର ମୋଟ ଜୀବାଶ୍ମ ଇନ୍ଧନ ଆମଦାନୀ ୩.୬ ବିଲିୟନ ୟୁରୋ ଥିଲା। ଯାହା ଚୀନ୍ ଠାରୁ ୫.୭ ବିଲିୟନ ୟୁରୋ କମ୍। ଚୀନ୍ ଆମଦାନୀରେ ୫୫୩ ନିୟୁତ ୟୁରୋ ମୂଲ୍ୟର ତେଲ ଉତ୍ପାଦ, ୫୫ ନିୟୁତ ୟୁରୋ ମୂଲ୍ୟର କୋଇଲା ଏବଂ ୬୭୬ ନିୟୁତ ୟୁରୋ ମୂଲ୍ୟର ପାଇପଲାଇନ ଗ୍ୟାସ ଅନ୍ତର୍ଭୁକ୍ତ।
ୟୁରୋପ ରୁଷରୁ ତେଲ କିଣୁଛି:
ତୁର୍କୀ ତୃତୀୟ ସ୍ଥାନରେ ରହିଛି। ରୁଷରୁ ୩ ବିଲିୟନ ୟୁରୋ ମୂଲ୍ୟର ଜୀବାଶ୍ମ ଇନ୍ଧନ ଆମଦାନୀ କରୁଛି, ଯେଉଁଥିରେ ୧.୨ ବିଲିୟନ ୟୁରୋ ମୂଲ୍ୟର ପାଇପଲାଇନ ଗ୍ୟାସ, ୧ ବିଲିୟନ ୟୁରୋ ମୂଲ୍ୟର ତୈଳ ଉତ୍ପାଦ, ୫୯୬ ନିୟୁତ ୟୁରୋ ମୂଲ୍ୟର ଅଶୋଧିତ ତେଲ ଏବଂ ୨୨୫ ନିୟୁତ ୟୁରୋ ମୂଲ୍ୟର କୋଇଲା ଅନ୍ତର୍ଭୁକ୍ତ।
ୟୁରୋପୀୟ ସଂଘ (EU) ଚତୁର୍ଥ ସ୍ଥାନରେ ରହିଛି, ୧.୨ ବିଲିୟନ ୟୁରୋ ଆମଦାନୀ କରୁଛି। ଯେଉଁଥିରେ ୭୭୩ ନିୟୁତ ୟୁରୋ ମୂଲ୍ୟର LNG ଏବଂ ପାଇପଲାଇନ ଗ୍ୟାସ ଏବଂ ୩୭୯ ନିୟୁତ ୟୁରୋ ମୂଲ୍ୟର ଅଶୋଧିତ ତେଲ ଅନ୍ତର୍ଭୁକ୍ତ।
ଭାରତ ଆମେରିକାକୁ ଜବାବ ଦେଇଛି:
ଭାରତ ଆମେରିକାର ଚାପର ବିରୋଧ କରିଛି। ଯୁକ୍ତି କରୁଛି ଯେ କେବଳ ଭାରତକୁ ଟାର୍ଗେଟ କରିବା ଅନୁଚିତ, ଯେତେବେଳେ ଚୀନ୍, ୟୁରୋପୀୟ ସଂଘ ଏବଂ ଅନ୍ୟାନ୍ୟ ଦେଶମାନେ ଏବେ ବି ରୁଷରୁ ବିପୁଳ ପରିମାଣର ଶକ୍ତି କିଣୁଛନ୍ତି।
ଆମେରିକା ସିଧାସଳଖ ରୁଷୀୟ ତେଲକୁ ନିଷିଦ୍ଧ କରିନାହିଁ, କିନ୍ତୁ ଏହା ଉପରେ ଏକ ମୂଲ୍ୟ ସୀମା ଲାଗୁ କରିଛି। ଯାହା ଦ୍ୱାରା ନିର୍ଦ୍ଧାରିତ ସୀମା ତଳେ ଆମଦାନୀକୁ ଅନୁମତି ଦିଆଯାଇଛି।
ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ଆମେରିକାର ଶୁଳ୍କ ଚାପରେ ଆସିବ ନାହିଁ।