fbpx

(video)କମନୱେଲଥ ଗେମରେ ଭୟଙ୍କର ଦୁର୍ଘଟଣା: ଟ୍ରାକରୁ ଖସିଗଲେ ସାଇକେଲିଷ୍ଟ, ହସ୍ପିଟାଲରେ ଭର୍ତ୍ତି

ବର୍ମିଂହାମ: ବର୍ମିଂହାମରେ ଆୟୋଜିତ ହେଉଥିବା କମନୱେଲଥ ଗେମ-୨୦୨୨ରେ ବିଶ୍ୱର ୭୨ଟି ଦେଶ ଭାଗ ନେଉଛନ୍ତି । ପ୍ରତ୍ୟେକ ଦେଶର ଆଥଲେଟିକ ନିଜ ନିଜର ପ୍ରତିଭା ଦେଖାଇ ପଦକ ହାସଲ କରିବା ଆଶାରେ ରହିଛନ୍ତି । ଏମିତି ଖୁସିର ମୁହୂର୍ତ୍ତରେ ଏଠାରେ ଘଟିଯାଇଛି ଏକ ବିରାଟ ଦୁର୍ଘଟଣା । ପୁରୁଷମାନଙ୍କର ସାଇକେଲିଙ୍ଗ ଇଭେଣ୍ଟ ସମୟରେ ଦେଖିବାକୁ ମିଳିଛି ଏହି ଦୁର୍ଘଟଣା । ଟ୍ରାକରୁ ସାଇକେଲିଷ୍ଟ ମାନେ ଖସି ପଡିବାରୁ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଇଂଲଣ୍ଡର ସାଇକେଲ ଚାଳକ ମ୍ୟାଟ ୱାଲ୍ସ ଏବଂ କାନାଡାର ଡେରେକ ଜି ସାଇକେଲ ଚଳାଇବା ସମୟରେ ନିଜ ସନ୍ତୁଳନ ହରାଇ ବସିଥିଲେ । ଫଳରେ ଟ୍ରାକ ଛାଡି ଦର୍ଶକଙ୍କ ଆଡକୁ ମାଡି ଯାଇଥିଲେ ଉଭୟ ସାଇକେଲିଷ୍ଟ । ଯାହା ଫଳରେ ପରିସ୍ଥିତି ଅଣାୟତ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଇଂଲଣ୍ଡ ଷ୍ଟଶର ୱାଲ୍ସ ଗୁରୁତର ଆହତ ହୋଇଛନ୍ତି । ସେପଟେ ଆଇଲ ଅଫ ମେନ୍ ର ସାଇକେଲିଷ୍ଟ ମାଥ୍ୟୁ ବୋଷ୍ଟାକ ମଧ୍ୟ ଏହି ଘଟଣାରେ ସାମିଲ ଥିଲା । ୱାଲ୍ସ, ଡେରେକ ଜି’ଙ୍କ ସମେତ ବୋଷ୍ଟାକ ତିନି ଜଣଙ୍କୁୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ଭୟାନକ ଦୁଘଟଣା ଏକଦା ଦର୍ଶକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଥିଲା । ଲି ଭ୍ୟାଲି ଭେଲୋପାର୍କରେ ଟ୍ରାକ ଏବଂ ପାରା ଟ୍ରାକ ସାଇକେଲିଙ୍ଗର ସକାଳ ଅଧିବେଶନରେ ଦୁର୍ଘଟଣା ପରେ ପଡିଆରେ ସେମାନଙ୍କ ଚିକିତ୍ସା କରିଥିଲେ ମେଡିକାଲ ଟିମ । ପରେ ତିନି ସାଇକେଲ ଚାଳକଙ୍କୁ ହସ୍ପିଟାଲ ପଠାଯାଇଥିବା ଜଣେ ଅଧିକାରୀ ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ।

ତେବେ ଆହତ ହୋଇଥିବା ୨ ଦର୍ଶକଙ୍କୁ ସାମାନ୍ୟ ଆଘାତ ଲାଗିଛି । ଯାହା ଫଳରେ ସେମାନଙ୍କୁ ହସ୍ପିଟାଲର ଚିକିତ୍ସା ଆବଶ୍ୟକତା ନାହିଁ । ତେବେ ସେମାନଙ୍କୁ ସୁସ୍ଥ କାମନା କରି ତ୍ୱରିତ ଚିକିତ୍ସା ପ୍ରଦାନ କରିବା ପାଇଁ ମେଡିକାଲ ଟିମକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଅଧିକାରୀ ।

Get real time updates directly on you device, subscribe now.