fbpx

ରାଜ୍ୟରେ ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨: ଜାଣନ୍ତୁ ଋଣ ପରିଶୋଧ ପାଇଁ ସରକାରଙ୍କ ଯୋଜନା କଣ ?

ଭୁବନେଶ୍ୱର: ରାଜ୍ୟର ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ରଣର ଟଙ୍କା ଅଟେ। ମହାଲେଖାକର ଓଡିଶାଙ୍କଠାରୁ ମିଳିଥିବା ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ୨୨,୦୪୨ ରଣ ଟଙ୍କା ଅଟେ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ପରିଶୋଧ ତଥା ଏହାକୁ ହ୍ରାସ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି।

କ-ରାଜସ୍ବ ବଳକା ସୃଷ୍ଟିକରି ଋଣ ଉପରେ ଥିବା ନିର୍ଭରଶୀଳତାକୁ ହ୍ରାସ କରିଛନ୍ତି।
ଖ-ଆର୍ଥିକ ବର୍ଷ ୨୦୦୬-୦୭ ରୁ ୨୦୧୩-୧୪ ଏବଂ ୨୦୨୧-୨୨ ରୁ ଏଯାବତ ଖୋଲାବଜାରରୁ କୌଣସି ଋଣ ଆହରଣ କରିନାହାନ୍ତି।
ଗ-ଉଚ୍ଚ ସୁଧହାର ବିଶିଷ୍ଟ ରଣକୁ ଆଗୁଆ ପଇଠ କରିଛନ୍ତି।
ଘ-ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ମଧ୍ୟ ୨୦୧୬-୧୭ ଆର୍ଥିକ ବର୍ଷ ଠାରୁ ଏଯାବତ କୌଣସି ଋଣ ଆହରଣ କରିନାହାନ୍ତି।
ଙ-ଦ୍ବାଦଶ ଅର୍ଥକମିଶନଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାରଙ୍କ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ, ୨୦୦୫ ପ୍ରଣୟନ ଓ ଆର୍ଥିକ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ୨୦୦୫-୦୬ ରୁ ୨୦୦୯-୧୦ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କଠାରୁ ବାର୍ଷିକ ୩୮୧.୯୦ କୋଟି ଟଙ୍କା ହାରରେ ମୋଟ ୧୯୦୯.୫୦ କୋଟି ଟଙ୍କାର ଋଣ ପରିଶୋଧରୁ ଛାଡି ପାଇଛନ୍ତି।
ଚ-ତ୍ରୟୋଦଶ ଅର୍ଥକମିଶନଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାରଙ୍କ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ , ୨୦୦୫ କୁ ସଂଶୋଧନ କରି ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ବାବଦକୁ ଥିବା ୧୩୯.୩୬ କୋଟି ଟଙ୍କାର ଋଣ ପରିଶୋଧରୁ ଛାଡ ପାଇଛନ୍ତି।

ବର୍ତ୍ତମାନ ରାଜ୍ୟର ମୁଣ୍ଡପିଛା ରଣ ଭାର କେତେ, ଏହି ଋଣ ପରିଶୋଧ ପାଇଁ ସରକାରଙ୍କ ଯୋଜନା କଣ ବୋଲି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରଶ୍ନ କରିଥିଲେ।

 

Get real time updates directly on you device, subscribe now.