fbpx

ଖୁବଶୀଘ୍ର ବଦଳିବ ମମତାଙ୍କ ମନ୍ତ୍ରୀ ମଣ୍ଡଳ

କୋଲକାତା: ବଦଳିବ ମମତାଙ୍କ ମନ୍ତ୍ରୀ ମଣ୍ଡଳ । ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଦେଇ ସୂଚନା । ଖୁବ ଶୀଘ୍ର ହୋଇ ପାରେ ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ । ଏନେଇ ଘୋଷଣା କରିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।କ୍ୟାବିନେଟ ପୁନଃନିର୍ମାଣ ପାଇଁ ଘୋଷଣା କରିଛନ୍ତି ମମତା । ବର୍ତ୍ତମାନ ପାର୍ଥ ଚାଟାର୍ଜୀଙ୍କୁ ନେଇ ବହୁତ ବିବାଦ ଲାଗି ରହିଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ମଧ୍ୟ ପ୍ରକାଶ ପାଉଛି । ତେବେ ଏହା ଭିତରେ ମମତାଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହି ପରିବର୍ତ୍ତନ ଖୁବ ଶୀଘ୍ର ହେବ ବୋଲି ଆଶା କରାଯାଉଥିବା ବେଳେ ବୁଧବାର ସନ୍ଧ୍ୟାରେ ଏହି ନୂତନ ମନ୍ତ୍ରୀ ମଣ୍ଡଳ ଦାଇତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏଥିରେ ଚାରିରୁ ପାଞ୍ଚ ଜଣ ନୂତନ ସଦସ୍ୟଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାମୁତାବକ ସୁବ୍ରତ ମୁର୍ଖଜୀ, ସାଧନା ପାଣ୍ଡେଙ୍କର ଦେହାନ୍ତ ହୋଇଯାଇଛି । ଏହା ସହ ପାର୍ଥ ଚାଟାର୍ଜୀ ବର୍ତ୍ତମାନ କାରାଗାରରେ ଅଛନ୍ତି ଯାହଙ୍କ ଉପରେ ଶିଳ୍ପ,ପଞ୍ଚାୟତ, ଏବଂ ଅନ୍ୟାନ୍ୟ ଗରୁତ୍ୱପୁର୍ଣ୍ଣ ବିଭାଗର ଦାଇତ୍ୱଥିଲା । ତେଣୁ ଦଳକୁ ମଜବୁତ କରିବା ପାଇଁ ଆଉ କିଛି ନୁତନ ଚେହେରାଙ୍କୁ ସାମିଲ କରିବାକୁ ପଡିବ ବୋଲି ମମତା ପ୍ରକାଶ କରିଛନ୍ତି । ଏହା ସହିତ ମମତା କହିଛନ୍ତି ଏହି କ୍ୟାବିନେଟରେ ଯୁବ ମାନଙ୍କୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯିବ ।
ଏହବାଦ ମମତା କହିଛନ୍ତି ଖୁବଶ୍ରୀଘ୍ର ରାଜ୍ୟରେ ୭ଟି ନୂତନ ଜିଲ୍ଲା ଘୋଷଣା ହେବ ।ବର୍ତ୍ତମାନ ମମତାଙ୍କ ରାଜ୍ୟରେ ୨୩ ଟିଜିଲ୍ଲା ରହିଛି ।

Get real time updates directly on you device, subscribe now.