fbpx
BJD
BJD SKY
BJD SKY

ଖୁସିଖବର ଦେଲେ କୃଷିମନ୍ତ୍ରୀ, PM Kisaan Yojnaରେ ପରିବର୍ତ୍ତନ: ମିଳିବ ଏହି ସବୁ ଫାଇଦା

BJD

ନୂଆଦିଲ୍ଲୀ: ଦେଶରେ କୃଷି କ୍ଷେତ୍ରର ବିକାଶ ପାଇଁ ଲଗାତାର ଗୋଟିଏ ପରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି । କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ କୃଷି ପ୍ରତି ଯୁବପିଢୀଙ୍କୁ ଆକର୍ଷିତ କରିବା ଚେଷ୍ଟାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଶେଷ କରି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଦେଶର କୋଟି କୋଟି କୃଷକ ଲାଭବାନ୍ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଯୋଜନାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଘୋଷଣା କରିଛନ୍ତି ।

ଆର୍ଥିକ କ୍ଷେତ୍ରରେ କୃଷକଙ୍କୁ ଆହୁରି ମଜବୁତ କରିବା ପାଇଁ ପିଏମ କିସାନ ଯୋଜନାକୁ ଦେଶର କୋଣ-ଅନୁକୋଣରେ ପହଞ୍ଚାଇବାକୁ ଘୋଷଣା କରିଛନ୍ତି । କେନ୍ଦଶାସିତ ପ୍ରଦେଶଗୁଡିକରେ ମଧ୍ୟ ବର୍ତ୍ତମାନ ପିଏମ କିସାନ ଯୋଜନା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଛି । ସେ କହିଛନ୍ତି ଯେ, କୃଷକମାନଙ୍କୁ ସମସ୍ତ କଲ୍ୟାଣକାରୀ ଯୋଜନାର ଫାଇଦା ମିଳିବା ଆବଶ୍ୟକ । ତେବେ ନରେନ୍ଦ୍ର ସିଂହ ତୋମରଙ୍କ ଅଧ୍ୟକ୍ଷତାରେ କୃଷିର ବିକାଶ ଉଦ୍ଦେଶ୍ୟରେ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ସହ ରାଜଧାନୀ ଦିଲ୍ଲୀରେ ଏକ ବୈଠକ ହୋଇଛି । ତେବେ ପିଏମ ମୋଦି କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ବିକାଶ ଦିଗରେ ଆଗେଇ ଚାଲିଛନ୍ତି ।

ଏହାପରେ ସେ କହିଛନ୍ତି ଯେ, କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ସରକାରଙ୍କ ଯୋଜନାର ୧୦୦ ପ୍ରତିଶତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଉଚିତ୍ । ସେଠାକାର ସମସ୍ତ କୃଷକମାନଙ୍କୁ ମଧ୍ୟ କଲ୍ୟାଣକାରୀ ଯୋଜନାର ଲାଭ ମିଳିବା ଉଚିତ । ତେବେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ କୃଷକ, ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କୁ କିସାନ କ୍ରେଡିଟ କାର୍ଡ ଏବଂ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ସହିତ ଅନ୍ୟ ଯୋଜନାର ଲାଭ ମିଳିପାରିବ । ଅନ୍ୟ ରାଜ୍ୟମାନଙ୍କ ଭଳି ଏହି ଅଞ୍ଚଳଗୁଡିକ ମଧ୍ୟ କୃଷି କ୍ଷେତ୍ରରେ ବିକାଶ ଅଭିମୁଖେ ଆଗେଇ ଯିବା ଆବଶ୍ୟକ ।

Get real time updates directly on you device, subscribe now.