ଆଜି ଦିଲ୍ଲୀରେ ବସିବ କଂଗ୍ରେସର ବଡ଼ ବୈଠକ, ଓଡ଼ିଶା ଉପରେ ଫୁଲ୍ ଫୋକସ୍
ଓଡ଼ିଶା ପାଇଁ ଆଜି ଦିଲ୍ଲୀରେ ବସିବ କଂଗ୍ରେସର ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିବ ବଡ଼ ବୈଠକ ।
ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଆଜି ଦିଲ୍ଲୀରେ ବସିବ କଂଗ୍ରେସର ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିବ ବଡ଼ ବୈଠକ । ତେବେ ସାଂଗଠନିକ ସ୍ଥିତି ମଜଭୁତ ସହ ରାଜ୍ୟରେ ଆଗାମୀ ରଣନୀତି କ’ଣ ରହିବ, ସେନେଇ କରାଯିବ ମାନସମନ୍ଥନ । ପିସିସି ସଭାପତି, ଓଡ଼ିଶା ପ୍ରଭାରୀ ଏହି ବୈଠକରେ ହେବେ ସାମିଲ । ସଙ୍ଗଠନ ସରଞ୍ଚନାର 35 ଜଣ ସଦସ୍ୟ ହେବେ ସାମିଲ ।
ରାଜ୍ୟ କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତି ଉପରେ ଗୁରୁତ୍ବ ଦେଉଛି । ଗୁଜରାଟ ଢାଞ୍ଚାରେ ଏଠାରେ ସଂଗଠନ ସୃଜନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ବରିଷ୍ଠ ନେତାଙ୍କ ସୁପାରିଶରେ ଜିଲ୍ଲା ଓ ବ୍ଲକ ସଭାପତି ଚୟନ କରାଯିବନି। ବରଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଅନୁସାରେ ବଛାଯିବେ ଜିଲ୍ଲା ସଭାପତି । କିପରି ଦକ୍ଷ ଲୋକଙ୍କ ହାତରେ ଜିଲ୍ଲା ସଂଗଠନ ଦାୟିତ୍ବ ଦିଆଯିବ, ସେଥିପାଇଁ ଏଆଇସିସି ଲକ୍ଷ୍ୟ ରଖିଛି । ଏଆଇସିସିର ଏପରି ଅଭିଯାନକୁ ନେଇ ଓଡ଼ିଶା କଂଗ୍ରେସ ଶିବିର ମଧ୍ୟ ଉତ୍ସାହିତ ରହିଛି ।
୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବା ନେଇ ଖିବଶୀଘ୍ର ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଦାୟିତ୍ବ ନେଇ ଓଡ଼ିଶା ଆସିବେ । ରାହୁଲ ଗାନ୍ଧୀ ଓଡ଼ିଶାରେ ସମ୍ଭାବନା ଦେଖୁଥିବାରୁ ଏବେଠାରୁ ରଣନୀତି କରୁଛନ୍ତି । ୨୫ ବର୍ଷ ଧରି କ୍ଷମତା ବାହାରେ ଥିବା ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ଏଆଇସିସି ଗୁରୁତ୍ବ ଦେଇଛି । ଓଡ଼ିଶାରୁ ଦିଲ୍ଲୀ ଯାଏ ସାଂଗଠନିକ ସ୍ଥିତିକୁ ମଜଭୁତ କରିବାକୁ ରଣନୀତି କରାଯାଉଛି । ସଭାପତି ହେବା ପରେ ଓଡ଼ିଶାରେ କି କି କାର୍ଯ୍ୟକ୍ରମ କରିଛନ୍ତି, ସେ ନେଇ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ଭକ୍ତ ଦାସ । ଏଥିସହ ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହରେ ସାମିଲ ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ପିସିସି ଅନୁରୋଧ କରିବ ବୋଲି ଜଣାପଡିଛି ।