fbpx
BSKY
BJD SHG SKY
BJD YOUTH SKY

(Video) ହେ ଭଗବାନ! କଟକର ଜଣେ ବ୍ୟକ୍ତିଙ୍କୁ ଏକ ବିଶାଳକାୟ ସାପ ଗିଳିଦେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ତେବେ ନିକଟରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟା ବିପନ୍ନଙ୍କ ସ୍ଥିତି ଦେଖିଥିଲେ । ବର୍ଷା କାରଣରୁ ସରିସୃପଙ୍କ ବାସସ୍ଥାନରେ ପାଣି ଭରିଯିବା କାରଣରୁ ସେମାନେ ଜନବସତି ମୁହାଁ ହୋଇଛନ୍ତି ।

ତେବେ ଏଭଳି ସ୍ଥିତିରେ ସାପକୁ ନେଇ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ବର୍ଷା କାରଣରୁ ସାପ ମାନଙ୍କର ବହୁତ ଉତ୍ପାତ ଦେଖିବାକୁ ମିଳୁଛି । ଖବର ମୁତାବକ, କଟକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଏକ ବିଶାଳକାୟ ସାପ ଗିଳି ଦେଇଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ସାପଟି ବ୍ୟକ୍ତିଙ୍କୁ ଗିଳିବା ପରେ ଏକ ସ୍ଥାନରେ ଚେକା ବାନ୍ଧି ଶୋଇ ରହିଥିବା ବେଳେ ସାପର ଶରୀର କାହିଁ କେତେ ଗୁଣ ଫୁଲି ରହିଥିବା ଦେଖାଯାଉଛି ।

ତେବେ ବାଙ୍କୀ ବ୍ଲକ ଅନ୍ତର୍ଗତ ଗୟଳବାଙ୍କ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ସାପର ଶିକାର ପାଲଟିଥିବା ବୃଦ୍ଧଙ୍କ ବୟସ ୭୭ ବର୍ଷ ହୋଇଥିବା ବେଳେ ତାଙ୍କ ଘର ସାନମୁଣ୍ଡଳୀ ଗ୍ରାମରେ ବୋଲି ଜଣାପଡ଼ିଛି । ବୃଦ୍ଧ ଜଣଙ୍କ ପେଶାରେ ଜଣେ ଲୁଗା ବେପାରୀ ହୋଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେ ଏକ ଭୟଙ୍କର ସାପ ହାବୁଡ଼ରେ ପଡ଼ିଥିଲେ ।

Get real time updates directly on you device, subscribe now.