fbpx
BSKY
BJD SHG SKY
BJD YOUTH SKY

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: SBI, HDFC ଓ ICICI ବ୍ୟାଙ୍କ ପାଇଁ ଜରୁରୀ ଖବର

ନୂଆଦିଲ୍ଲୀ: ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କିଂ ସିଷ୍ଟମ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଯଦି ଆପଣମାନେ ବ୍ୟାଙ୍କରୁ ଲୋନ୍ ନେବାକୁ ପ୍ଲାନିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଖୁସିଖବର । ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କିଂ ସିଷ୍ଟମକୁ ସହଜ ଓ ସରଳ କରିବା ଦରକାର । ଏହି ପଦକ୍ଷେପ ଫଳରେ ଅଧିକ ସଂଖ୍ୟାରେ ଗ୍ରାହକ ବ୍ୟାଙ୍କିଂ ସେବା ସହିତ ଯୋଡ଼ି ହେବେ ବୋଲି ନିର୍ମଳା କହିଛନ୍ତି ।

ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ବିଶେଷ କରି ଗ୍ରାହକମାନେ କିପରି ସହଜରେ ଲୋନ ନେଇପାରିବେ ସେଥିପ୍ରତି ପଦକ୍ଷେପ ଦରକାର ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ନିକଟରେ ଅନୁଷ୍ଠିତ ହୋଇଥିବା ଉଦ୍ୟୋଗ ପ୍ରତିନିଧି ଓ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିର୍ମଳା ଏହି ପ୍ରସ୍ତାବ ଦେଇଥିଲେ । ଅର୍ଥମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଫଳରେ ଏସିବିଆଇ, ଏଚଡିଏଫସି, ଆଇସିଆଇସିଆଇ ସମେତ ସମସ୍ତ ବ୍ୟାଙ୍କ ଗ୍ରାହକମାନେ ଫାଇଦାରେ ରହିବେ ।

ଅର୍ଥମନ୍ତ୍ରୀ କହିଥିଲେ, ବ୍ୟାଙ୍କଗୁଡ଼ିକ ଅଧିକରୁ ଅଧିକ ଗ୍ରାହକ ଅନୁକୂଳ ହେବାକୁ ପ୍ରୟାସ କରିବା ଦରକାର । ଗ୍ରାହକଙ୍କ ସମସ୍ୟା ଓ ସୁବିଧା ଉପରେ ବ୍ୟାଙ୍କମାନେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ତେବେ ଏନେଇ ଏସବିଆଇ ଚେୟାରମ୍ୟାନ ଦିନେଶ କୁମାର ଖାରା କହିଛନ୍ତି, ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କରେ ଡିଜିଟାଲୀକରଣ ପ୍ରକ୍ରିୟାକୁ ବୃଦ୍ଧି କରାଯାଉଛି । ଏହାଫଳରେ ଗ୍ରାହକଙ୍କୁ ବ୍ୟାଙ୍କିଂ ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ ।

Get real time updates directly on you device, subscribe now.