fbpx
BSKY
BJD SHG SKY
BJD YOUTH SKY

ଆଫଗାନିସ୍ତାନର ଲଗାତାର ଦ୍ୱିତୀୟ ବିଜୟ: ବାଂଲାଦେଶକୁ ହରାଇ ସୁପର ୪ରେ ଏଣ୍ଟ୍ରି

ନୂଆଦିଲ୍ଲୀ: ଏସିଆ କପ୍ ରେ ଆଫଗାନିସ୍ତାନର ଦ୍ୱିତୀୟ ବିଜୟ । ମଙ୍ଗଳବାର ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଏସିଆ କପ୍ ୨୦୨୨ ର ତୃତୀୟ ମ୍ୟାଚ୍ ରେ ବିଜୟ ହାସଲ କଲା ଆଫଗାନିସ୍ତାନ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ହୋଇଥିବା ଗ୍ରୁପ୍ ୧ ମୁକାବିଲାରେ ଆଫଗାନିସ୍ତାନ ବାଂଲାଦେଶକୁ ୭ ୱିକେଟରେ ହରାଇଛି ଏବଂ ସୁପର ୪ ପାଇଁ କ୍ୱାଲିଫାଏ ହୋଇଛି ।

ବାଂଲାଦେଶ ପାଇଁ ମୋସଦ୍ଦେକ ହୁସୈନ ସର୍ବାଧିକ ୪୮ ରନ୍ କରିଥିଲେ । ଆଫଗାନିସ୍ତାନ ପାଇଁ ମୁଜୀବ ଉର ରହମାନ ଏବଂ ରାଶିଦ ଖାନ୍ ୩-୩ ୱିକେଟ୍ ନେଇଥିଲେ । ଆଫଗାନିସ୍ତାନ ପାଇଁ ଇବ୍ରାହିମ୍ ଜଦାରନ ୪୨ ଏବଂ ନଜୀବଉଲ୍ଳାହ ୪୩ ରନ୍ କରିଥିଲେ ।

Get real time updates directly on you device, subscribe now.