fbpx
BSKY SKY
BSKY SKY

(Video) ରାତିରେ ଦେହ ବ୍ୟବସାୟ କଲେ ଅଧିକ ପଇସା ଇନକମ୍ ହେଉଛି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାଜରେ ଉଭୟ ପୁରୁଷ ଓ ନାରୀଙ୍କର ବଞ୍ଚିବା ନେଇ ସମାନ ଅଧିକାର ରହିଛି । ସେହିପରି କିନ୍ନରମାନଙ୍କର ମଧ୍ୟ ସମାଜରେ ବଞ୍ଚିବା ପାଇଁ ବିଭିନ୍ନ ଅଧିକାର ପାଇଛନ୍ତି । ତା’ର ଅର୍ଥ ନୁହେଁ ଯେ, ଆମେ ଖରାପ ଦିଗକୁ ଆପଣାଇବା । କିଛି କିନ୍ନର ଅଛନ୍ତି ଯେଉଁଁମାନେ ଲୋକମାନଙ୍କୁ ହଇରାଣ କରି, ମାରଣାସ୍ତ୍ର ଦେଖାଇ ଲୁଟ୍ କରୁଛନ୍ତି ।

ସମାଜରେ କିନ୍ନରଙ୍କର ସମସ୍ୟା ଓ ସମାଧାନ ଉପରେ ନିଜର ମତାମତ ରଖିଛନ୍ତି କିନ୍ନର ମେଘନା । ସେ କହିଛନ୍ତି ରାତିରେ ଦେହ ବ୍ୟବସାୟ କଲେ ଅଧିକ ପଇସା ଇନକମ୍ ହେଉଛନ୍ତି । ରାତିରାତି କିନ୍ନରମାନେ ମାଲାମାଲ ହୋଇଯାଉଛନ୍ତି । ତେଣୁ ସେମାନେ କଠିନ ପରିଶ୍ରମ କରିବାକୁ କାହିଁକି ଯିବେ । କାମ ମିଳୁନାହିଁ ବୋଲି ଏଭଳି ଧନ୍ଦା କରୁଥିବା କିଛି କିନ୍ନର ଅଭିଯୋଗ କରିଥାନ୍ତି ।

ଏପରି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ମେଘନା । ସେ କହିଛନ୍ତି, ଯେଉଁମାନେ କାମ ପାଉନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି, ସେମାନେ ମୋ ପାଖକୁ ଆସନ୍ତୁ, ମୁଁ ସେମାନଙ୍କୁ କାମ ଦେବି । ମୁଁ ସେମାନଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବି । କୌଣସି ଜାଗାରେ ସେକ୍ସ ୱାର୍କ ନହେଉ । ସମସ୍ତେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.