fbpx

ଅମିତାଭଙ୍କ ଜୀବନ୍ତ ପ୍ରତିମା ତିଆରି କଲେ ଫ୍ୟାନ୍, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍….

ନୂଆଦିଲ୍ଳୀ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ ହୁଏତ କେହି ଏମିତି ଥିବ ଯିଏ ଜାଣିନଥିବ । ନିଜର ଅଭିନୟ ଦ୍ୱାରା ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ବିଗ୍ ବି । ଦେଶରେ ଘରେ ଘରେ ସେ ଜଣେ ପରିଚିତ ଅଭିନେତା ।

ଏତେ ସମୟ ଧରି ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀରେ ରାଜ କରୁଥିବା ଅମିତାଭ ବଚ୍ଚନଙ୍କ ଫ୍ୟାନ୍ କେବଳ ଭାରତରେ ହିଁ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛନ୍ତି । ତେବେ ବର୍ତ୍ତମାନ ଏଭଳି ଜଣେ ଫ୍ୟାନଙ୍କ ନେଇ ଚର୍ଚ୍ଚା ହେଉଛି, ଯିଏକି ଆମେରିକାରେ ନିଜ ଘର ବାହାରେ ବିଗ୍ ବିଙ୍କ ଜୀବନ୍ତ ପ୍ରତିମା ସ୍ଥାପିତ କରିଛନ୍ତି ଏବଂ ଏହାର ଧୁମଧାମରେ ଉଦଘାଟନ କରିଛନ୍ତି ।

ଏକ ରିପୋର୍ଟ ଅନୂଯାୟୀ ଭାରତୀୟ-ଆମେରିକୀୟ ଦମ୍ପତ୍ତି ରିଙ୍କୁ ଏବଂ ଗୋପୀ ଶେଠ୍ ଗତ ୨୭ ଅଗଷ୍ଟରେ ଆମେରିକା ନ୍ୟୁ ଜର୍ସିରେ ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ପ୍ରତିମୂର୍ତ୍ତି ନିଜ ଘର ବାହାରେ ଉଦଘାଟନ କରିଛନ୍ତି । ଏହି ଅବସରରେ ଅମିତାଭଙ୍କ ଅନେକ ଫ୍ୟାନ୍ ମଧ୍ୟ ସାମିଲ ହୋଇଥିଲେ ।

ତେବେ ଏନେଇ ଦମ୍ପତ୍ତି ଫଟୋ ସେୟାର କରିବା ସହ କହିଛନ୍ତି ଯେ ଅମିତାଭ ବଚ୍ଚନ ତାଙ୍କ ପାଇଁ ଭଗବାନଙ୍କ ଠାରୁ କମ୍ ନୁହଁନ୍ତି । ସେ ଫ୍ୟାନଙ୍କ ଖୁବ୍ ଧ୍ୟାନ ରଖନ୍ତି ଏବଂ ଖୁବ୍ ଉଦାର ମଧ୍ୟ । ରିପୋର୍ଟ ଅନୂଯାୟୀ ଏହି ମୂର୍ତ୍ତିକୁ ରାଜସ୍ଥାନରେ ତିଆରି କରାଯାଇଛି ଏବଂ ଆମେରିକା ପଠାଯାଇଛି । ଏହି ପ୍ରୋଜେକ୍ଟକୁ ପୂରା ହେବାକୁ ପ୍ରାୟ ୬୦ ଲକ୍ଷ ଖର୍ଚ୍ଚ କରିଛନ୍ତି ଏହି ଦମ୍ପତ୍ତି ।

 

Get real time updates directly on you device, subscribe now.