fbpx
BSKY SKY
BSKY SKY

ଓଡ଼ିଶାରେ ମହିଳା ସତରେ ଅସୁରକ୍ଷିତ! ଜାଣନ୍ତୁ କ’ଣ କହୁଛି NCRB ରିପୋର୍ଟ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ କ୍ରାଇମ ହାର ବଢ଼ିଛି ନା କମିଛି । ରାଜ୍ୟରେ ମହିଳାମାତେ ସୁରକ୍ଷିତ ନା ଅସୁରକ୍ଷିତ । ଏନେଇ ସାମ୍ନାକୁ ଆସିଛି ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ (ଏନସିଆରବି) ରିପୋର୍ଟ । ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ଗତବର୍ଷ ୫୬୫୧ ଜଣ ଆତ୍ମ୍ୟାହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରେ ୪୪୧୨ ଜଣ ପୁରୁଷ ଓ ୧୨୩୯ ଜଣ ମହିଳା ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ, ପାରିବାରିକ ବିବାଦ କାରଣରୁ ୪୦୩୩ ଜଣ, ବିବାହ ଜନିତ କାରଣରୁ ୧୩୪ ଜଣ, ପ୍ରେମଜନିତ କାରଣରୁ ୧୩୨ ଜଣ ଆତ୍ମହତ୍ୟା କରିଛନ୍ତି । ମୋଟ ୮୩୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ସେମାନଙ୍କ ମଧ୍ୟରେ ୬୯୭ ଜଣ ଛାତ୍ର ଓ ୧୩୭ ଜଣ ଛାତ୍ରୀ ରହିଛନ୍ତି । ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଆତ୍ମହତ୍ୟା କରୁଥିବା ଦେଖାଯାଇଛି ।

ମହିଳାଙ୍କ ପ୍ରତି ଅସଦାଚରଣ ମାମଲାରେ ଓଡ଼ିଶା ଦେଶରେ ଟପ୍ ସ୍ଥାନରେ ରହିଛି । ଗତବର୍ଷ ରାଜ୍ୟରେ ୧୪,୮୫୩ଟି ଅସଦାଚରଣ ଘଟଣା ଘଟିଥିଲା । ରାଜ୍ୟରେ ଦୁଷ୍କର୍ମ, ଅପହରଣ ଓ ସ୍ୱାମୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଉତ୍ପୀଡ଼ନ ମାମଲା ମଧ୍ୟ ବଢ଼ିଛି । ରାଜ୍ୟରେ ୧୪୫୬ଟି ଦୁଷ୍କର୍ମ, ୧୨ଟି ଦୁଷ୍କର୍ମ ସହ ହତ୍ୟା, ୫୧୭୫ଟି ଅପହରଣ, ସ୍ୱାମୀ ସମ୍ପର୍କୀୟଙ୍କ ଦ୍ୱାରା ୪୮୮୯ଟି ନିର୍ଯାତନା, ୨୯୩ଟି ଯୌତୁକ ଜନିତ ହତ୍ୟା ମାମଲା ରହିଛି । ୨୦୨୧ ତୁଳନାରେ ୨୦୨୧ରେ ମହିଳା ବିରୋଧୀ ଅପରାଧ ମାମଲା ପାଖାପାଖି ୨୩ ପ୍ରତିଶତ ବୃଦ୍ଦି ପାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.