fbpx
BSKY
BJD SHG SKY
BJD YOUTH SKY

ଆଜି ପବିତ୍ର ଗଣେଶ ପୂଜା, ଧରାପୃଷ୍ଠରେ ଅବତରଣ କରିବେ ବିଘ୍ନ ବିନାଶକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଜି ପବିତ୍ର ଗଣେଶ ପୂଜା । ଗଣେଷ ଚତୁର୍ଥୀରେ ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ପୂଜାକୁ ନେଇ ଉତ୍ସବ ଉତ୍ସବ ମୁଖର ଗାଁଠୁ ସହର। ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୁ ଗଣନାଥ ଭାବେ ସର୍ବବିଦିତ । ଆବାଳବୃଦ୍ଧ ବନିତା ସମସ୍ତେ ତାଙ୍କୁ ପୂଜା କରନ୍ତି । ଗଣେଶ ହେଉଛନ୍ତି ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକାତ୍ମକ ବିଗ୍ରହ । ଛାତ୍ରଛାତ୍ରୀ, ପଣ୍ଡିତ ଓ ବୁଦ୍ଧିଜୀବୀମାନେ ହାତ ଯୋଡ଼ି ତାଙ୍କ ପାଖରେ ଜ୍ଞାନ ଭିକ୍ଷା କରନ୍ତି । ଭାଦ୍ରବ ମାସର ଚତୁର୍ଥୀ ତିଥିରେ ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଛାତ୍ରଛାତ୍ରୀମାନଙ୍କ ନୂତନ ବିଦ୍ୟାରମ୍ଭର ଏହି ଦିନ ହୋଇଥାଏ ।

ହିନ୍ଦୁ ଗୃହରେ ଅନ୍ନ୍ରଶାନ, ବିଦ୍ୟାରମ୍ଭ, ଗୃହପ୍ରବେଶ, ଉପନୟନ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ସର୍ବ୍ରଥମେ ଗଣେଶଙ୍କୁ ଅର୍ଚ୍ଚନା କରାଯାଇ ତା’ପରେ ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ । ଶିବପାର୍ବତୀ ଗଣେଶଙ୍କର ଜନକଜନନୀ ହେଲେ ମଧ୍ୟ ଗଣେଶ ହେଉଛନ୍ତି ଆଦିଦେବ । ସେ ସର୍ବଦେବ ତାଙ୍କ ଦ୍ୱାରା ପୂଜିତ, ଅଗ୍ରପୂଜ୍ୟ ଗଣଦାତା ମଙ୍ଗଳଦାୟକ ଶ୍ରୀଗଣେଶ । ବ୍ୟାସଦେବଙ୍କ କଥିତ ଶାସ୍ତ୍ରକୁ ଲେଖନୀ ଧରି ଭକ୍ତମାନଙ୍କ ପାଇଁ ଗଣେଶ ହିଁ ସର୍ବଶାସ୍ତ୍ର ଲେଖିଥିଲେ । ତେଣୁ ତାଙ୍କୁ ପୂଜା କରିବା ଦ୍ୱାରା ସର୍ବବିଘ୍ନ ନିବାରଣ ହୋଇଥାଏ ।ପୂରା ଭାରତରେ ଗଣେଶ ପୂଜା ଧୂମ୍‌ଧାମ୍‌ରେ ପାଳିତ ହୋଇଥାଏ । ବିଭିନ୍ନ ରାଜ୍ୟରେ ଏହାକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରନ୍ତି । ଗଣେଶ ଚତୁର୍ଥୀର ଅନେକ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ମହାରାଷ୍ଟ୍ର, ଦିଲ୍ଲୀ, ଗୋଆ, କର୍ଣ୍ଣାଟକ ଭି ଅନେକ ସ୍ଥାନରେ ଶ୍ରଦ୍ଧାଳୁମାନେ ଏହାକୁ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଏ।

Get real time updates directly on you device, subscribe now.