fbpx

Video: ଦ୍ରୁତଗତିରେ ଆସୁଥିବା ଟ୍ରକ ସାମ୍ନାରୁ ଅଳ୍ପକେ ବର୍ତ୍ତିଲା ବାଇକ; ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଅନେକ ସିସିଟିଭି ଫୁଟେଜର କ୍ଲିପ୍ ଗୁଡିକ ପ୍ରାୟତଃ ସମୟରେ ଭାଇରାଲ ହୋଇଥାଏ । ଯେଉଁଥିରେ ସଡ଼କ ଦୁର୍ଘଟଣାର ଯନ୍ତ୍ରଣାଦାୟକ ଭିଡିଓ ସାମ୍ନାକୁ ଆସିଥାଏ । ବେପରୁଆ ଗାଡି ଚଳାଇବା ହେତୁ ଏଭଳିି ଦୁର୍ଘଟଣା ଅଧିକାଂଶ ସମୟରେ ଘଟିଥାଏ । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ବ୍ୟକ୍ତି ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହେବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଥିଲା ।

ଭାଇରାଲ ହେଉଥିବା ଏହି ଆଶ୍ଚର୍ଯ୍ୟ ଭିଡିଓରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ଧକ୍କା ହେବାକୁ ଯାଉଥିବା ଦେଖାଯାଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବାଇକ ଆରୋହୀ ପ୍ରାୟତଃ ମୁହାଁମୁହିଁ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଛନ୍ତି । ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଏହି ଘଟଣା କୌଣସି ଚମତ୍କାର ଠାରୁ କମ୍ ନୁହେଁ ।

ଭାଇରାଲ ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ମୋଟରସାଇକେଲରେ ଦ୍ରୁତ ଗତିରେ ରାସ୍ତା ପାର ହେଉଥିବା ଦେଖିବାକୁ ମିଳୁଛି । ଠିକ ସେହି ସମୟରେ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ ବଡ ଟ୍ରକ୍ ସାମ୍ନାରୁ ଆସିଥିଲା ଯାହା ବାଇକ ଆରୋହୀଙ୍କ ସହିତ ପ୍ରାୟ ଧକ୍କା ହେବାକୁ ଯାଉଥିଲା । ତେବେ ବ୍ୟକ୍ତି ଜଣକ ବହୁତ ଭାଗ୍ୟବାନ, ଯିଏ ମୃତ୍ୟୁର ଅତି ନିକଟତର ହୋଇ ମଧ୍ୟ ବଞ୍ଚି ଯାଇଥିଲେ । ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବରା ଟ୍ୱିଟରରେ ସେୟାର କରିଛନ୍ତି ।

Get real time updates directly on you device, subscribe now.