fbpx

ଏକ ମାସ ପରେ ହିମାଚଳ ପ୍ରଦେଶରେ କ୍ୟାବିନେଟ୍ ଗଠନ, ଶପଥ ନେଲେ ୭ମନ୍ତ୍ରୀ

ନୂଆଦିଲ୍ଲୀ: ଏକ ମାସର ଅପେକ୍ଷା ପରେ ଶେଷରେ ହିମାଚଳ ପ୍ରଦେଶରେ କ୍ୟାବିନେଟ୍ ଗଠନ ହେଲା । ରବିବାର ସକାଳେ ଶିମଲାର ରାଜ ଭବନରେ (ଶିମଲା ଗଭର୍ଣ୍ଣର ହାଉସ) କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସିଏମ୍ ସୁଖବିନ୍ଦର ସିଂ ସୁଖୁ ଶପଥ ଗ୍ରହଣ କରିଥିଲେ ଏବଂ ସଚିବାଳୟରେ ୭ଜଣ ମୁଖ୍ୟ ସଂସଦୀୟ ସଚିବଙ୍କୁ ଗୋପନୀୟତାର ପାଠ କରାଯାଇଛି ।

ସୂଚନାନୁସାରେ, କ୍ୟାବିନେଟ ପାଇଁ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହିମାଚଳ ରାଜ ଭବନରେ ସକାଳ ପ୍ରାୟ ୧୦ ଟାରୁ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ଡକ୍ଟର ଧନି ରାମ ଶାଣ୍ଡିଲ୍ୟ ଶପଥ ଗ୍ରହଣ କରିଥିଲେ। ସେ ସୋଲନରୁ ବିଧାୟକ ହୋଇଛନ୍ତି। ଏହା ପରେ କାଙ୍ଗଡା ଜ୍ଵାଲିର ବିଧାୟକ ଚନ୍ଦ୍ର କୁମାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।ସେ ଜଣେ ୬ ଥର ବିଧାୟକ ହେଇଛନ୍ତି । ଏହା ପରେ ସିରମୋର ରୁ ଶିଲାଇ ହର୍ଷବର୍ଦ୍ଧନଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଚତୁର୍ଥ ନମ୍ବରରେ ଜଗତ ସିଂ ନେଗି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହା ପରେ ଶିମଲାର ଜୁବଲ କୋଟଖାଇରୁ ରୋହିତ ଠାକୁର ଶପଥ ନେଇଥିଲେ । ତାଙ୍କ ନାମ ଘୋଷଣା ହେବା ମାତ୍ରେ ରାଜ ଭବନରେ ବହୁତ ପ୍ରଶଂସା କରାଯାଇଥିଲା। ଏଥିସହିତ ଶିମଲାର କୁସୁମ୍ପଟ୍ଟିର ବିଧାୟକ ଅନିରୁଦ୍ଧ ସିଂ ଏବଂ ଶିମଲା ଗ୍ରାମ୍ୟର ବିଧାୟକ ବିକ୍ରମଦିତ୍ୟ ସିଂ ତଥା ପୂର୍ବତନ ସିଏମ୍ ବିରଭଦ୍ରା ସିଂଙ୍କ ପୁଅ ଶପଥ ଗ୍ରହଣ କରିଥିଲେ।

ହିମାଚଳ କ୍ୟାବିନେଟରେ ଦଶଟି ପଦବୀରେ ମନ୍ତ୍ରୀଙ୍କୁ ସ୍ଥାନ ଦିଆ କରାଯାଇଥିଲା। କିନ୍ତୁ ବହୁ ସଂଖ୍ୟକ ଦାବିଦାରଙ୍କ ଯୋଗୁଁ ସିଏମ୍ ସୁଖୁ ୭ ଟି ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କ୍ୟାବିନେଟରେ ତିନୋଟି ପଦବୀ ଖାଲି ଅଛି ଏବଂ ପରେ ଏହା ପୂରଣ ହେବ। କ୍ୟାବିନେଟ୍ ଗଠନ ପୂର୍ବରୁ ସିଏମ୍ ସୁଖୁ ରବିବାର ସକାଳେ ମୁଖ୍ୟ ସଂସଦୀୟ ସଚିବମାନଙ୍କୁ ନିୟୋଜିତ କରିଥିଲେ। ତେବେ ହିମାଚଳପ୍ରଦେଶରେ କଂଗ୍ରେସ ବିଜୟ ହେବା ପରେ ମନ୍ତ୍ରୀ ମଣ୍ଡଳ ଗଠନ ହେବା ପାଇଁ ହିଁ ୧ମାସ ସମୟ ଲାଗି ଯାଇଥିଲା । ଅଧିକାଂଶ ଆଶାୟୀ ପ୍ରାର୍ଥୀ ଥିବାରୁ ଏହି ସମସ୍ୟା ହୋଇଥିବାର ସୂଚନା ମିଳିଛି । ଏହା ବାଦ ମଧ୍ୟ ଆହୁରୀ ୩ଟି ଆସନ ଖାଲି ବର୍ତ୍ତମାନ ଖାଲି ଛଡା ଯାଇଛି ।

Get real time updates directly on you device, subscribe now.