fbpx

ହଠାତ ନଦୀରୁ ବାହରିଲା ଏକ ବିରାଟ ସାପ: ଆଉ ତା ପରେ…….

ଭୀଷଣ ଗରମରୁ ମୁକ୍ତି ପାଇବା ପାଇଁ ନଦୀ, ସମୁଦ୍ର କିମ୍ବା ହ୍ରଦରେ ଗାଧୋଇବାକୁ ପସନ୍ଦ କରିଥାନ୍ତି ଲୋକେ । ନଦୀ କୂଳରେ ଥଣ୍ଡା ପବନ ଏବଂ ପାଣିର ମଜା ନେବା ସୁଯୋଗକୁ କେହି ହାତଛଡା କରନ୍ତି ନାହିଁ । ତେବେ ଅନେକ ସମୟରେ ଏହି ନଦୀର ପାଣି ଏବଂ ନଦୀରେ ରହୁଥିବା ଅେନେକ ଜନ୍ତୁ ଆମ ପାଇଁ ବିପଦ ପାଲଟି ଯାଆନ୍ତି । ସେମିତି ଏକ ଘଟରା ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସଫା ସୁତୁରା ଦେଖା ଯାଉଥିବା ଏହି ନଦୀରେ ଗାଧୋଇବାର ମଜା ନେଉଛନ୍ତି ଅନେକ ବିଦେଶୀ ଲୋକ । କିନ୍ତୁ ଅଚାନକ ନୀଳ ରଙ୍ଗର ଏହି ପାଣିରେ ଏକ ବିରାଟ ସାପ ଦେଖିବାକୁ ମିଳେ । ତେବେ ପାଖରେ ଥିବା ଜଣେ ଯୁବକଙ୍କ ଆଡକୁ ଆଗେି ଚାଲିଥିଲା ସାପ । ସେପଟେ ସାପକୁ ଦେଖି ଭୟରେ ଯୁବକ ଜଣକ ନିଜ ସ୍ଥାନରୁ ଉଠି ବାହାରକୁ ଚାଲି ଯାଉଛନ୍ତି । କିନ୍ତୁ ସାପ ତାଙ୍କୁ ପିଛା କରି ତାଙ୍କ ପାଖରେ ପହଞ୍ଚି ଯାଇଛି । ତେବେ ଏହି ଘଟଣାକ୍ରମରେ ଯୁବକ ନିଜ ମୋବାଇଲରେ ଭିଡିଓ କରିବା ଚାଲୁ ରଖିଛନ୍ତି ।

 

View this post on Instagram

 

A post shared by Wildistic ™ (@wildistic)

ମାତ୍ର କିଛି ସେକେଣ୍ଡର ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ୱାଇଲ୍ଡିଷ୍ଟିକ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ କରାଯାଇଛି । କ୍ୟାପ୍ସନରେ ଲେଖାଯାଇଛି ଯେ, ସାପ ନିଜ ଟାର୍ଗେଟ ସେଟ କରି ନେଇଛି । ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରୁତିବା ବେଳେ ବିଭିନ୍ନ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।

Get real time updates directly on you device, subscribe now.