fbpx

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ପଟିଆ ସ୍ଥିତ ଡଲଫିନ ଗାର୍ଡେନ ଠାରେ, ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନ ଏକ ମହତ କାର୍ଯ୍ୟ ତଥା, ଜୀବନ ରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତିପୋଷଣ କ୍ଷେତ୍ରରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସାମାଜିକ ବାର୍ତ୍ତା ସହିତ ଏହାର ଗୁରୁତ୍ୱକୁ ଉପଲବ୍ଧ କରି, ବିଜୁ ଜନତା ଦଳ, ସଦା ସର୍ବଦା ଏହିପରି ରକ୍ତଦାନ ଶିବିର କାର୍ଯ୍ୟକ୍ରମଗୁଡିକୁ ପ୍ରୋତ୍ସାହନ ଦେଇଆସିଛି ଏବଂ ଆଗକୁ ମଧ୍ୟ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଜାରି ରହିବାର ଯୋଜନା ଅଛି ।

ଆଜିର ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, କୁନ ବିହାରୀ ଦାସ, ପ୍ରଫୁଲ୍ଲ ସିଂଙ୍କ ସମେତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର ମିହିର କୁମାର ରାଉତ , ମନୋଜ କୁମାର ସାହୁ, ପ୍ରୀତିନନ୍ଦା ରାଉତରାୟ, ଭୋଳାନାଥ ମହାରଣା, ଅଚ୍ୟୁତାନନ୍ଦ ସ୍ୱାଇଁ, ପୂଜା ବେହେରା, ଇତିଶ୍ରୀ ଦାସ, ଯୁବନେତା ହିମାଂଶୁ ଶେଖର ଦାସ, ବୀରେନ୍ଦ୍ର କୁମାର ଜେନାଙ୍କ ସମେତ ବରିଷ୍ଠ ମୁରବି ଜିତେନ୍ଦ୍ର ନାଥ ରାୟ, ଯୁବ ଛାତ୍ରମାନେ ଯୋଗଦାନ କରିବା ସହିତ ଆଗ୍ରହୀ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରି ଏହାକୁ ସଫଳ କରିବାରେ ସହାୟକ ହୋଇଥିଲେ ।

Get real time updates directly on you device, subscribe now.