fbpx
BSKY
BJD SHG SKY
BJD YOUTH SKY

ପୁଣି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା: ପାଣି ଘେରରେ ଏବେ ୪୦ ଯାତ୍ରୀ

ଚିଲିକା: ଯାତ୍ରୀବାହୀ ଡଙ୍ଗା ପାଇଁ ବିପଦ ପାଲଟିଛି ଚିଲିକା । ପୁଣି ଚିଲିକା ମଝିରେ ଫସିଛି ଡଙ୍ଗା । ଚିଲିକା ହ୍ରଦର ପାଣି ମଝିରେ ଯାତ୍ରୀବାହୀ ଘାଟ ଡଙ୍ଗା ଫସି ଯାଇଥିବା ନେଇ ସୂଚନା ମିଳିଛି । ଜହ୍ନିକୁଦାରୁ ବାହାରି ୨୦୦-୩୦୦ ମିଟର ଯିବା ପରେ ଡଙ୍ଗା ଫସି ରହିଛି ।

ସୂଚନା ଅନୁସାରେ, ମଝି ଚିଲିକାରେ ଯାତ୍ରୀବାହୀ ଘାଟ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଡଙ୍ଗା ଆଗକୁ ବଢି ନ ପାରି ପାଣି ମଝିରେ ଫସି ରହିଛି । ହ୍ରଦର ଜଳସ୍ରୋତ ମଝିରେ ଅଟକି ରହିଛି ଯାତ୍ରୀବାହୀ ଡଙ୍ଗା । ଏହି ଡଙ୍ଗାରେ ମୋଟ ୪୦ରୁ ଅଧିକ ଯାତ୍ରୀ ଏବଂ ୨୦ଟି ବାଇକ ରହିଥିବା ଜଣାଯାଇଛି ।

Get real time updates directly on you device, subscribe now.