fbpx

ଜାଣିଛନ୍ତି କି ଭାରତର ନୁହେଁ କଞ୍ଚାଲଙ୍କା, ଜାଣନ୍ତୁ ଇତିହାସ

କଞ୍ଚାଲଙ୍କା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ । ସ୍ୱାଦକୁ ଦ୍ୱିଗୁଣିତ କରିବା ସାଙ୍ଗକୁ ଏହା ଶରୀର ପାଇଁ ବେଶ୍ ହିତକର । ତେବେ ଜାଣିଛନ୍ତି କି ଆମେ ଖାଉଥିବା ଏହି ଲଙ୍କା ବିଦେଶୀ ବୋଲି । ଯାହା ୭୦୦ବର୍ଷ ପୂର୍ବେ ଭାରତକୁ ଆସିଥିଲା । ତେବେ ପ୍ରଶ୍ନ ଉଠେ ଲଙ୍କା ନଥିବାରୁ ପୂର୍ବରୁ ଭାରତୀୟମାନେ ଖାଦ୍ୟକୁ ରାଗର ସ୍ୱାଦ ଆଣିବା ପାଇଁ କ’ଣ ବ୍ୟବହାର କରୁଥିଲେ । ମାତ୍ର ପ୍ରାଚୀନ କାଳରୁ ଏହି ଖାଦ୍ୟକୁ ନେଇ ବହୁ ଗବେଷଣା ହୋଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ ।

କଞ୍ଚାଲଙ୍କାର ଇତିହାସ
କଞ୍ଚାଲଙ୍କାର ଇତିହାସ ଖୁବ୍ ପୁରୁଣା । ଓରେଗନ୍ ଷ୍ଟେଟ୍ ୟୁନିଭର୍ସିଟି(ଆମେରିକା) ସ୍ଥିତ ଉଦ୍ଭିଦ ବିଜ୍ଞାନର ପ୍ରଫେସର ସୁଷମା ନୌଥାନୀ କହିଛନ୍ତି ଯେ, କଞ୍ଚାଲଙ୍କାର ଉତ୍ପତି ୫ ହଜାର ଶତାବ୍ଦୀ ପୂର୍ବେ କେନ୍ଦ୍ର ମେକ୍ସିକୋ ଏବଂ ମିଜୋରେ ହୋଇଥିଲା । ଖାଦ୍ୟର ସ୍ୱାଦକୁ ବୃଦ୍ଧି କରାଇବାରେ ଏହାକୁ ବ୍ୟବହାର କରୁଥିଲେ ମେକ୍ସିକୋବାସୀ । ଯେତେବେଳେ ସମୁଦ୍ର ନାବିକ (୧୪୫୧-୧୫୦୬) କ୍ରିଫ୍ଟୋକର କଲମ୍ବସ୍ ଭାରତକୁ ଆବିଷ୍କାର କରିବା ପାଇଁ ଭୁଲ ବଶତଃ ଆମେରିକାରେ ପହଂଚିଥିଲେ । ସେତେବେଳେ ସେ ଏହି ଲଙ୍କା ବିଷୟରେ ଜାଣିଥିଲେ । ଏହାପରଠାରୁ ସମସ୍ତ ୟୁପୋରୀୟ ଦେଶମାନଙ୍କରେ ଲଙ୍କାର ବ୍ୟବହାର ବିଷୟରେ ଜାଣିଥିଲେ ।

ଭାସ୍କୋଡାଗାମା ଓ କଞ୍ଚାଲଙ୍କାର ସମ୍ପର୍କ
ଏକ ରିପୋର୍ଟ ଅନୁସାରେ ଯେତେବେଳେ ବିଶ୍ୱପ୍ରସିଦ୍ଧ ପର୍ତ୍ତୃଗାଲ ବଣିକ ଭାକ୍ସୋଡାଗାମା (୧୪୬୦-୧୫୨୪) ଗୋଲମରିଚ ସନ୍ଧାନରେ ଭାରତରେ ପହଂଚିଥିଲେ, ସେତେବେଳେ ସେ କଞ୍ଚାଲଙ୍କା ଧରି ଆସିଥିଲେ । ଏହାପରେ ସେଠାରୁ ଭାରତରେ କଞ୍ଚାଲଙ୍କାର ବ୍ୟବହାର ଆରମ୍ଭ ହୋଇଥିଲା । ମେକ୍ସିକୋରୁ ଉତ୍ପତି ହୋଇଥିବା କଞ୍ଚାଲଙ୍କା ଆଜି ଭାରତ ଆମେରିକା, ଜର୍ମାନୀ, କାନାଡା, ସାଉଦି ଆରବ ଭଳି ବଡ଼ ବଡ଼ ଦେଶକୁ ରପ୍ତାନୀ କରୁଛି ।

Get real time updates directly on you device, subscribe now.