fbpx
BSKY SKY
BSKY SKY

Video: ଉଗ୍ର ରୂପ ନେଲା ସାମାନ୍ୟ ଝଗଡ଼ା, ଦେଖନ୍ତୁ କାର୍ ଚଢାଇ ହତ୍ୟା ଉଦ୍ୟମର ଲାଇଭ୍ ଭିଡିଓ

BSKY

ନୁଆଦିଲ୍ଲୀ: ଭୟଙ୍କର ହିଂସକ ରୂପ ନେଲା କଥା କଟାକଟିରୁ କାର୍ ମଡ଼ାଇ ହତ୍ୟା ଉଦ୍ୟମ। ଏଭଳି ଅଭାବନୀୟ ହିଂସକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ପୋଲିସ ସୂଚନା ମୁତାବକ ୨୬ ଅକ୍ଟୋବର ବୁଧବାର ଅଲୀପୁର ଅଞ୍ଚଳରେ ଏକ କାର୍‌ରେ ଥିବା ଏବଂ ବାଇକ୍ ଚଳାଉଥିବା ଯୁବକଙ୍କ ମଧ୍ୟରେ ଝଗଡ଼ା ହୋଇଯାଇଥିଲା। ପୋଲିସ କହିବା ଅନୁସାରେ ଝଗଡ଼ା କାରଣରୁ କାର୍ ଚଲାଉଥିବା ଯୁବକ ବାଇକ୍ ଚାଳକଙ୍କ ଉପରେ କାର୍ ମଡ଼ାଇ ଦେଇଥିଲା। ଏହି ଘଟଣାରେ ଗମ୍ଭିର ଭାବେ ଆହତ ହୋଇଥିବା ତିନି ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଝଗଡ଼ା ହେବାର କିଛି ସମୟ ପରେ କାର୍ ଚଲାଉଥିବା ଯୁବକ କିଛି ଲୋକଙ୍କ ଉପରେ କାର୍ ମଡ଼ାଇ ଦେଇଥିଲା। କାର୍ ଚଢିଯିବା କାରଣରୁ ୩ ଜଣ ଗମ୍ଭିର ଭାବେ ଆହତ ହୋଇଛନ୍ତି। ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ କାର ଡ୍ରାଇଭରଙ୍କ ନାମ ନିତିନ ମାନ। ଅଭିଯୁକ୍ତ ନିତିନଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆଇପିସି ଧାରା ୩୦୭(ହତ୍ୟା ଉଦ୍ୟମ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାର ତଦନ୍ତ କରାଯାଉଥିବା ପୋଲିସ କହିଛି।

Get real time updates directly on you device, subscribe now.