fbpx

ନବ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ: ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଛି ୫୪୩ ପୃଷ୍ଠାର ଏକ ଚାର୍ଜସିଟ୍ । ଝାରସୁଗୁଡାର ଜେଏମଏଫସି କୋର୍ଟରେ ତଦନ୍ତକାରୀ ଟିମ୍ ତରଫରୁ ଏହି ଚାର୍ଜସିଟ ଦାଖଲ କରାଯାଇଛି । ତଦନ୍ତକାରୀ ଅଧିକାରୀ ନିଜେ ହତ୍ୟାକାଣ୍ଡକୁ ନେଇ ୫୪୩ ପୃଷ୍ଠାର ଏହି ଚାର୍ଜସିଟକୁ କୋର୍ଟରେ ଦାଖଲ କରିଛନ୍ତି । ତେବେ ୩୦୨, ୩୦୭ ଆଇପିସି/୨୭(୧) ଆର୍ମସ ଆକ୍ଟରେ ଏହି ମାମଲାର ତଦନ୍ତ କରାଯିବ ।

ସୂଚନା ଥାଉ କି ଜାନୁୟାରୀ ୨୯ ତାରିଖରେ ଗୁଳି କରି ହତ୍ୟା କରିଥିଲା ଏସଆଇ ଗୋପାଳ ଦାସ । ତେବେ ଘଟଣାକୁ ୪ ମାସ ବିତି ଯାଇଥିଲେ ହତ୍ୟାକାଣ୍ଡର ମଧ୍ୟ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ ଗୋପାଳ କୌଣସି ବ୍ୟକ୍ତିଗତ କାରଣରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ମଧ୍ୟ ଉଲ୍ଲେଖ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡକୁ ନେଇ ଅନେକ ପ୍ରଶ୍ନ ରହିଛି । ଏସବୁ ଉତ୍ତର କୋଜିବୁଲୁଛି ତଦନ୍ତକାରୀ ଟିମ୍ ।

Get real time updates directly on you device, subscribe now.