fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ: କଲ୍ ଟ୍ରେସ୍ କରି ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଳମ୍ବିତ ରାତିରେ ମୃତ୍ୟୁ ଧମକ ମିଳିଛି । ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଏହି ଧମକ ଦିଆଯାଇଛି । ଏହି ଧମକ କଲ୍ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଙ୍ଗେ ସଙ୍ଗେ କଲକୁ ଟ୍ରେସ କରିଥିଲା । ଏହି ମାମଲାରେ ପ୍ରସାଦ ନଗର ରାଇଗରପୁରର ଜଣେ ମଦ୍ୟପ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ସୂଚନାନୁସାରେ, ଅଭିଯୁକ୍ତ ହେମନ୍ତ ମଦ୍ୟପାନ କରି ପୋଲିସ କଣ୍ଟ୍ରୋଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ପିସିଆର କଲରେ ଧମକ ମିଳିବା ପରେ ପୋଲିସର ଏକ ଟିମ୍ ପଠାଯାଇଥିଲା, ଯେଉଁମାନେ ୪୮ ବର୍ଷୀୟ ହେମନ୍ତ କୁମାରଙ୍କୁ ଗିରଫ କରିଥିଲେ । ହେମନ୍ତ କୁମାର କରୋଲ ବାଗର ବାସିନ୍ଦା । ପୋଲିସ ଟିମ୍ ହେମନ୍ତଙ୍କୁ ପଚରାଉଚରା ପାଇଁ ଆଣିଥିଲା । ତେବେ ହେମନ୍ତ ଗତ ୬ ବର୍ଷ ଧରି ବେକାର ଅଛନ୍ତି ଏବଂ ତାଙ୍କୁ ମଦ୍ୟପାନ କରିବାର ଅଭ୍ୟାସ ରହିଛି ।

ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଧମକ ଦିଆଯାଇଥିଲା :-
ଏହା ପୂର୍ବରୁ ଏପ୍ରିଲ ମାସରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଥିଲା । ଏହି ଧମକକୁ ୧୧୨ ନମ୍ବରରେ ମେସେଜ୍ କରି ଜଣେ ଅଜ୍ଞାତ ବ୍ୟକ୍ତି ଦେଇଥିଲେ । ଏହା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହେବା ପରେ ଏଜେନ୍ସି ଆଲର୍ଟ ହୋଇଥିଲା । ସିଏମ ଯୋଗୀଙ୍କୁ ଧମକ ଦେବା ପରେ ଏଜେନ୍ସିମାନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ।

Get real time updates directly on you device, subscribe now.