fbpx

ପୁଅ-ଝିଅଙ୍କ ତଣ୍ଟି କାଟିବା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଦମ୍ପତି

ଭୋପାଳ: ଆର୍ଥିକ ସଙ୍କଟ ପୂରା ପରିବାରର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପୁଅ ଓ ଝିଅଙ୍କ ତଣ୍ଟି କାଟି ମାରିବା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବାପା ମାଆ । ଏହିଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଭୋପାଳର ମିସ୍ରୋଦ୍ । ଗତକାଲି ବିଳମ୍ବିତ ରାତିରେ ଏହା ହୋଇଥିବା ଜଣାପଡ଼ିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ତାଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ଏଥିରେ ଚିନ୍ତାଗ୍ରସ୍ତ ହୋଇ ଏହିପରି ଏକ ପଦକ୍ଷେପ ସେମାନେ ଗ୍ରହଣ କରିଛନ୍ତି ବୋଲି ପୋଲିସ୍ କହିଛି । ତେବେ ପୁଅ ଓ ଝିଅର ବୟସ ଯଥାକ୍ରମେ ୧୬ ଓ ୧୪ ହୋଇଥିବା ଜଣାପଡ଼ିଛି ।

ପୋଲିସ୍ ର ସୁଚନା ମୁତାବକ, ଏହି ଘଟଣାରେ ବାପା ଓ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମାଆ ଓ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତ୍ୟୁ ହୋଇଯାଇଥିବା ବ୍ୟକ୍ତି ଜଣକ ଜଣେ ସିଭିଲ୍ ଇଞ୍ଜିନିୟର୍ ଥିଲେ । କିନ୍ତୁ ତାଙ୍କ ପାଖରେ କୌଣସି ଚାକିରୀ ନଥିଲା । ତେଣୁ ସେ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିବା ନେଇ ସ୍ଥିର କରିଥିଲେ । ତେଣୁ ପିଲା ମାନେ ଶୋଇଥିବା ସମୟରେ ସେମାନଙ୍କ ଗଳା କାଟି ହତ୍ୟା କରିବା ପରେ ସେମାନେ ବି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହାପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ବି ଲେଖିଥିଲେ । ଯେଉଁଥିରେ ସେମାନେ ଆର୍ଥିକ ସଙ୍କଟ କଥା ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.