fbpx

ଟୋକିଓ ପାରାଲିମ୍ପିକ୍ସ: ଫାଇନାଲରେ ପହଞ୍ଚି ଇତିହାସ ରଚିଲେ ଭବିନା

ନୂଆଦିଲ୍ଲୀ: ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଭବିନା ପଟେଲ । ଏହା ସହିତ ସ୍ୱର୍ଣ୍ଣ ପଦକରୁ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି ଭବିନା । ସ୍ୱଣ୍ଣର୍କ ପଦକ ମୁକାବିଲାରେ ଭବିନା ଚୀନର ୟିଙ୍ଗ ଝୋଉଙ୍କୁ ଭେଟିବାକୁ ଯାଉଛନ୍ତି । ଶନିବାର ଅନୁଷ୍ଠିତ ମୁକାବିଲାରେ ଭବିନା ଚୀନର ଝାଙ୍ଗ ମିଆଓଙ୍କୁ ୩-୨ର କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରି ଇତିହାସ ରଚିଛନ୍ତି ।

ପ୍ରଥମ ସେଟକୁ ଭବିନା ୭-୧୧ରେ ପରାଜିତ ହୋଇଥିଲେ ହେଁ ପରବର୍ତ୍ତୀ ସେଟକୁ ୧୧-୭, ୧୧-୪, ୯-୧୧ ଓ ୧୧-୮ରେ ଜିତି ନେଇଥିଲେ । କ୍ଲାସ-୪ ବର୍ଗରେ ଖେଳୁଥିବା ଭବିନା ପ୍ରଥମ ଭାରତୀୟ ମହିଳା ଭାବରେ ସ୍ୱର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ପ୍ର୍ରଥମ ସେଟରେ ପରାଜିତ ହେବା ପରେ ପରବର୍ତ୍ତୀ ୨ ସେଟରେ ବିଜୟୀ ହୋଇଥିଲେ ଭବିନା । ଚତୁର୍ଥ ସେଟରେ ପରାଜିତ ହେବା ସହିତ ମ୍ୟାଚ ନିର୍ଣ୍ଣାୟକ ସେଟକୁ ଯାଇଥିଲା । ଅନ୍ତିମ ସେଟକୁ ୧୧-୮ରେ ବିଜୟୀ ହେବା ସହିତ ଇତିହାସ ବକ୍ଷରେ ନିଜ ନାମ ଲିପିବଦ୍ଧ କରିଥିଲେ ।

Get real time updates directly on you device, subscribe now.