fbpx

ପାର୍ବଣ ଋତୁ ପାଇଁ ଆସିବ ନୂତନ ଗାଇଡଲାଇନ୍, ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ନିୟମ ମାନିବା ଜରୁରୀ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଋତୁ ପାଇଁ ନୂତନ ଗାଇଡଲାଇନ୍ ଆସିବ । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ ଜାରି ରହିଥିବାରୁ ପାର୍ବଣ ଋତୁ ପାଇର୍ ସ୍ୱତନ୍ତ୍ର ଗାଇଡଲାଇନ୍ ଅଣାଯିବ । ଯଦିଓ ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ହେଲେ ଆଗକୁ ସ୍ଥିତି ବିଗିଡ଼ିପାରେ । ତେଣୁ ତାକୁ ଦୃଷ୍ଟିରେ ରଖି ପାର୍ବଣ ଋତୁପାଇଁ ନୁତନ ଗାଇଡଲାଇନ୍ ଆଣିବେ । ଅନ୍ୟପଟେ କେରଳରେ ଅନେକ ଦିନ ହେବ ସଂକ୍ରମଣ ଅଧିକ ରହିଛି । ଓନମ୍ ପର୍ବ କାରଣରୁ ସେଠାରେ ସଂକ୍ରମଣ ବଢ଼ିଯାଇଛି ।

ତେଣୁ ତାକୁ ନଜରରେ ରଖି ସତର୍କ ହେବା ଆବଶ୍ୟକତା ରହିଛି । ରାଜ୍ୟରେ ଯେପରି ସଂକ୍ରମଣ ନିୟନ୍ତ୍ରଣରେ ରହିବ, ରୋଗୀ ଗୁରୁତର ନ ହେବେ, ସେଥିପାଇଁ ସର୍ଭିଲାନ୍ସ ଜାରି ରଖିଥିବା କହିଛନ୍ତି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ । ମନିଟରିଂ ମଧ୍ୟ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ବଣ ପାଇଁ କଟକଣା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି ।

Get real time updates directly on you device, subscribe now.